ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଟି-ଟ୍ୱେଣ୍ଟି ସିରିଜ୍‌: ଆଜି ଫାଇନାଲ୍‌ ଟକ୍କର୍

ହାମିଲଟନ୍‌: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଟି-ଟ୍ୱେଣ୍ଟି ସିରିଜ୍‌ର ଆଜି ଫାଇନାଲ୍ ମ୍ୟାଚ୍‌ ହାମିଲଟନ୍‌ରେ ଖେଳାଯିବ। ଆଜିର ମ୍ୟାତ୍‌ ଜିତିଲେ ଭାରତ ଆଉ ଏକ ଟ୍ରଫି ଜିତିବା ସହିତ ସ୍ୱଦେଶ ଫେରିବ।

ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆରେ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ଜିତି ସାରିଥିବା ଭାରତ ନ୍ୟୁଜିଲ୍ୟାଣ୍ଡରେ ବି ଦିନିକିଆ ଟ୍ରଫିକୁ ପ୍ରଥମ ଥର ପାଇଁ ଜିତିଛି।

ତିନିଟିକିଆ ଟି-ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ୍ ଭାରତକୁ ସୋଚନୀୟ ପରାସ୍ତ କରିଥିଲା। ତେବେ ଦ୍ୱିତୀୟ ମ୍ୟାଚରେ ଭାରତ ଏହାର ଜବାବ ରଖିବା ସହ ସିରିଜକୁ ୧-୧ରେ ବରାବର କରିଥିଲା। ତେବେ ଆଜିର ମ୍ୟାଚ୍‌ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ୱ ରଖୁଛି।

You might also like