ପୂଜା ଛୁଟି ପରେ ସ୍କୁଲ ଖୋଲିବା ଆଶା ଉଜ୍ଜ୍ୱଳ ହେଲା

ଭୁବନେଶ୍ୱର: ପୂଜା ଛୁଟି ପରେ ସ୍କୁଲ ଖୋଲିବା ଆଶା ଉଜ୍ଜ୍ୱଳ ହେଲା। ସ୍କୁଲ ପରିସର ସଫା କରିବା ପାଇଁ ନିର୍ଦ୍ଦେଶ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଏବଂ ଆସବାବପତ୍ର ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା କଟକଣାଜନିତ କାରଣରୁ ୬ ମାସ ହେଲା ବନ୍ଦ ଥିଲା। ଏଥିଯୋଗୁ ସ୍କୁଲ୍ ସଫା ସୁତରା କରିବା ପାଇଁ ଆଜି ନିର୍ଦ୍ଦେଶ ହୋଇଛି। ସରକାରଙ୍କର ଏପରି ନିର୍ଦ୍ଦେଶ ପରେ ସ୍କୁଲ୍‌ ଖୋଲିବା ନେଇ ଆଶା ଉଜ୍ଜ୍ୱଳ ହୋଇଛି। କୋଭିଡ୍-୧୯ କାରଣରୁ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବା ନେଇ ମୁଖ୍ୟମନ୍ତ୍ରୀ କହିଥିଲେ।

ରାଜ୍ୟରେ ସ୍କୁଲ ଖୋଲିବ କି ନାହିଁ ସେ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଅକ୍ଟୋବର ୬ ତାରିଖରେ ସ୍କୁଲ୍ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ, ଅକ୍ଟୋବର ଶେଷ ସପ୍ତାହରେ ଏସମ୍ପର୍କରେ ନିଷ୍ପତ୍ତି ନିଆଯିବ।

ସେ କହିଥିଲେ, ସ୍କୁଲ ଖୋଲିବା ନେଇ ଅକ୍ଟୋବର ଶେଷ ସପ୍ତାହରେ ବିଚାର ହେବ। ଅକ୍ଟୋବରର କରୋନା ସ୍ଥିତି ଦେଖି ନିଷ୍ପତ୍ତି ନେବେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ କହିଛନ୍ତି ପୂଜା ପର୍ଯ୍ୟନ୍ତ ସ୍କୁଲ କଲେଜ ଖୋଲିବ ନାହିଁ। ଆସନ୍ତା ୨୬ରେ ଦୁର୍ଗାପୂଜା। ଅର୍ଥାତ୍ ଅକ୍ଟୋବରରେ ସ୍କୁଲ ଖୋଲିବ ନାହିଁ। ତେବେ ଅକ୍ଟୋବର ମାସର ସ୍ଥିତି ଦେଖି ସ୍କୁଲ ଖୋଲିବା ନେଇ ବିଚାର ହେବ।  ଚଳିତମାସ ଶେଷ ସପ୍ତାହରେ ଏନେଇ ରାଜ୍ୟ ସରକାର ବିଚାର କରିବେ ବୋଲି ମନ୍ତ୍ରୀ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ, ସ୍କୁଲ ଖୋଲିବାର ଆବଶ୍ୟକତା ଅଛି, ଏଥିରେ ସନ୍ଦେହ ନାହିଁ।  ତେବେ ଆମ ପାଇଁ ପିଲାଙ୍କ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।  କରୋନା ସ୍ଥିତି ଦେଖି ଯାହା ନିଷ୍ପତ୍ତି ନିଆଯିବ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ତେବେ ଆଜି ସ୍କୁଲ୍‌ ଓ ଆସବାବପତ୍ର ସଫା କରିବା ପାଇଁ ସରକାର ନିର୍ଦ୍ଦେଶ ପରେ ପୂଜା ଛୁଟି ପରେ ସ୍କୁଲ୍ ଖୋଲିବା ଆଶା ଉଜ୍ଜ୍ୱଳ ହୋଇଛି।

ସୂଚନା ଥାଉ କି,  କରୋନା ମହାମାରୀ ଭିତରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ କେନ୍ଦ୍ର ସରକାର ନିୟମାବଳୀ ଜାରି କରିଛନ୍ତି। ଅକ୍ଟୋବର ୧୫ରୁ ସ୍କୁଲ କଲେଜ ଖୋଲିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାରୁ ଏଥିଲାଗି ଗୃହ ମନ୍ତ୍ରାଳୟ ନିୟମାବଳୀ ଜାରି କରିଛି। ଶିକ୍ଷାନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ବିଚାର ବିମର୍ଶ ଆଧାରରେ ଏଗୁଡ଼ିକ ଖୋଲାଯିବ ବୋଲି ନିୟମାବଳୀରେ କୁହାଯାଇଛି। ଏହା ପରେ ରାଜ୍ୟ ପକ୍ଷରୁ ସ୍କୁଲ ଖୋଲିବା ନେଇ ସ୍ପଷ୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ

ବିଜୁଳି ଦର ବୃଦ୍ଧି ପ୍ରତିବାଦ: ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରିବାକୁ ଆହ୍ୱାନ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

You might also like