ଏଠି ମାସ୍କ ପିନ୍ଧିବ ତ ଫାଇନ୍‌ ଦେବ

ମାସ୍କ ପିନ୍ଧିବ ତ ଫାଇନ୍‌ ଦେବ

  • ମାସ୍କ ପିନ୍ଧିବ ତ ଫାଇନ୍‌ ଦେବ
  • କରୋନା କଟକଣା ଭିତରେ ଏଠି ମାସ୍କ ମନା
  • ଯଦି ମାସ୍କ ପିନ୍ଧନ୍ତି, ତେବେ ୫ ଡଲାର ଦେବେ ଜୋରିମାନା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ। ବାହାରକୁ ବାହାରିବା ମାତ୍ରେ ମୁହଁରେ ମାସ୍କ ପିନ୍ଧୁଛନ୍ତି ଲୋକେ। କେବଳ ଯେ, ବାହାରେ ତାହା ନୁହେଁ ବରଂ ଏବେ ଘରେ ବି ମାସ୍କ ପିନ୍ଧିବାକୁ ସରକାର ପରାମର୍ଶ ଦେଉଛନ୍ତି। ହେଲେ ଏମିତି ଏକ ଜାଗା ଅଛି ଯ, ଯେଉଁଠି କି ଆପଣ ମାସ୍କ ପିନ୍ଧିଲେ ଆପଣଙ୍କୁ ଜରିମାନା ଦେବାକୁ ପଡ଼ିବ। ହୁଏତ ଏ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ କରୋନା ଯେଉଁ ପରି ଭାବରେ ବଢୁଛି ତାହାଠୁ ରକ୍ଷା ପାଇବାକୁ ହେଲେ ମାସ୍କ ହିଁ ଏକମାତ୍ର ଉପାୟ ବୋଲି କୁହାଯାଉଥିବା ବେଳେ ଏଠି କାହିଁକି  ଏହାର ବ୍ୟତିକ୍ରମ ହେଲା ତାହାକୁ ଜାଣିବାକୁ ସମସ୍ତେ ବ୍ୟଗ୍ର। ତେବେ ଆସନ୍ତୁ ଜାଣିବା କେଉଁଠି ଓ କାହିଁକି ଏମିତି ନିୟମ କରାଯାଇଛି।

ଆମେରିକାର ଏକ ରେଷ୍ଟୁଂରାଂଟ୍‌ରେ ଏମିତି ନିୟମ କରାଯାଇଥିବା ସୂଚନା  ମିଳିଛି। ଯେଉଁ ଗ୍ରାହକମାନେ ସେହି ରେଷ୍ଟୁରାଂଟ୍‌ ମଧ୍ୟକୁ ମୁହଁରେ ମାସ୍କ ଦେଇ ପ୍ରବେଶ କରିବେ ସେମାନଙ୍କଠାରୁ ୫ ଡଲାର ଅଧିକ ଟଙ୍କା ଆଦାୟ କରାଯାଉଥିବା ସୂଚନା ମିଳିଛି। ଏ କଥା ଜାଣିବା ପରେ ଆପଣ ଭାବୁଥିବେ କଣ ଆମେରିକାରେ ସଂକ୍ରମଣ ନିୟନ୍ତ୍ରଣ ହୋଇଗଲା କି? କିନ୍ତୁ ଆମେ ଏଠାରେ ସ୍ପଷ୍ଟ କରୁଛୁ, କରୋନା ଆମେରିକାରେ ନିଜର କାୟା ବିସ୍ତାର କରୁଛି। କିନ୍ତୁ ସମୃକ୍ତ ରେଷ୍ଟୁରାଂଟ୍‌ ମାଲିକ କହିଛନ୍ତି ଯେ, ଲକଡାଉନ୍‌ରେ ତାଙ୍କର ବ୍ୟବସାୟ ଅନେକ ଦିନ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ତେଣୁ ତାହାର କ୍ଷତି ଭରଣା କରିବାକୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁମାନେ ମାସ୍କ ପିନ୍ଧି ଅଧିକ ଟଙ୍କା ଦେଉଛନ୍ତି ସେମାନଙ୍କ ଟଙ୍କା ରେଷ୍ଟୁଂରାଂଟ୍‌ ମାଲିକ ଏକ ଚାରିଟି ଟ୍ରଷ୍ଟକୁ ଦେଉଛନ୍ତି। ଆଉ ଏହି ଟଙ୍କାରେ ଅନେକ ଅନାଥ ପିଲା ଉପକୃତ ହେଉଥିବା ଜଣାପଡ଼ିଛି।

ତେବେ ଏହି ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ତାଙ୍କର କାମକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଛି। ଲୋକମାନେ କହିଛନ୍ତି କି ବିଶ୍ୱକୁ କରୋନା ମହାମାରୀ ଗୋଟିଏ ପ୍ରକାର ସଂକଟ ଦେଇଛି। ଆଉ ମାହମାରୀରୁ ରକ୍ଷା ପାଇବାକୁ ଲୋକମାନଙ୍କୁ ଡବଲ ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ପରାମର୍ଶ ଦେଉଛନ୍ତି। ଆଉ ଏହି ସମୟରେ ସରକାରଙ୍କ ନିୟମକୁ ମାନୁନଥିବାକୁ ତାଙ୍କୁ ଦଣ୍ଡ ମିଳୁ ବୋଲି ଅନେକ ସୋସିଆଲ ମିଡ଼ିଆ ୟୁଜର କହିଥିବା ବେଳେ ଅନେକ ଏହାକୁ ସ୍ୱାଗତ ମଧ୍ୟ କରିଛନ୍ତି। କିଛି ବ୍ୟକ୍ତି କହିଛନ୍ତି, କେବଳ ଯେ ମାସ୍କ ପିନ୍ଧିଲେ କରୋନା ହେବ ନାହିଁ ତାହା ଭୁଲ। ସବୁଠୁ ବଡ଼ କଥା ହେଉଛି ସେ ଟଙ୍କା ନେଇ ଯେଉଁମାନଙ୍କୁ ସାହାଯ୍ୟ କରୁଛନ୍ତି ତାହାକୁ କେମିତି ସ୍ୱାଗତ କରାଯିବ ତାହାର ଭାଷା ନାହିଁ। ତେବେ ସେ ଯାହା ହି ହେଉ, ବର୍ତ୍ତମାନ ସମୟରେ କରୋନାକୁ ରୋକିବାକୁ ମାସ୍କ ପିନ୍ଧିବାକୁ ଆମ ସରକାର ବାଧ୍ୟତାମୂଳକ କରିଛନ୍ତି। ତେଣୁ ଆପଣ ମାନେ ବି ଯଥା ସମ୍ଭବ ମାସ୍କ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପରିଧାନ କରନ୍ତୁ। ନିଜେ ନିଜେ ସୁରକ୍ଷିତ ରୁହନ୍ତୁ, ଅନ୍ୟକୁ ସୁରକ୍ଷିତ ରଖନ୍ତୁ।

You might also like