କରୋନାରେ ଚାଲିଗଲା ଶିଶୁର ଜୀବନ

ୱାଶିଂଟନ: କରୋନା ଆକ୍ରାନ୍ତରେ ଆମେରିକା ଇଲିନୋଇସରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଶିଶୁର ମୃତ୍ୟୁକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗଭର୍ଣ୍ଣର JB Pritzker କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ୍ ସହ ଜଡିତ ନୂଆ ଘଟଣା ମଧ୍ୟରେ ଜଣେ ଶିଶୁ ମଧ୍ୟ ଅଛନ୍ତି।  

ଚିକାଗୋରେ ମୃତ୍ୟୁବରଣ କରିଥିବା ଏହି ଶିଶୁଟିର ବୟସ ଏକ ବର୍ଷରୁ କମ୍ ଥିଲା। ଶିଶୁଟିର ଶରୀରରେ କରୋନା ଭୁତାଣୁ ଥିବା ସ୍ୱାସ୍ଥ୍ୟଗତ ଯାଞ୍ଚ ପରେ ଜଣାପଡ଼ିଥିଲା ବୋଲି ସୂଚନା ମିଳିଛି। 

ମହାମାରୀ କରୋନା ଆକ୍ରାନ୍ତରେ ଶିଶୁଙ୍କର ମୃତ୍ୟୁ ଘଟିବା ହେଉଛି ଏକ ବିରଳ ଘଟଣା।

ବିଶ୍ୱରେ କରୋନା ଭାଇରସ୍ ଜନିତ ସର୍ବାଧିକ ନୂଆ ଘଟଣା ଆମେରିକାରେ ରେକର୍ଡ କରାଯାଇଛି। ଶନିବାର ଅପରାହ୍ନରୁ ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ 450ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

You might also like