ଲକ୍ ଡାଉନ୍କୁ ନେଇ କେନ୍ଦ୍ରର ଚରମବାଣୀ- ଆବଶ୍ୟକ ପଡ଼ିଲେ କର୍ଫ୍ୟୁ ଲଗାଅ
ନୂଆଦିଲ୍ଲୀ: ଲକ୍ ଡାଉନ୍ ନ ମାନି ବାହାରକୁ ବାହାରୁଥିବା ଲୋକଙ୍କ ପ୍ରତି କଠୋର ହେବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର। ସାମାଜିକ ଦୂରତା ମାନୁନଥିବା ଲୋକଙ୍କୁ ଘର ଭିତରେ ରଖିବା ପାଇଁ ଆବଶ୍ୟକ ପଡ଼ିଲେ କର୍ଫ୍ୟୁ ଲଗାଇ ଦେବାକୁ ଆଜି ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଯେଉଁସ୍ଥାନରେ ଦରକାର ପଡ଼ୁଛି କର୍ଫ୍ୟୁ ଲଗାଅ ବୋଲି କେନ୍ଦ୍ର ସରକାର କହିଛନ୍ତି।
ଖବର ସରବରାହ ସଂସ୍ଥା ଏଏଫ୍ପି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କରୋନା ଆକ୍ରାନ୍ତରେ ସାରା ବିଶ୍ୱରେ ୧୫ ହଜାର ଜୀବନ ଗଲାଣି। ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରାଯାଇଛି।
ଦେଶରେ କରୋନା ସ୍ଥିତି ଜଟିଳ ହେଉଥିବା ବେଳେ ପୁଣି ମହଙ୍ଗା ମାଡ଼ ଚିନ୍ତାର କାରଣ ହୋଇଛି। କରୋନା ଜନିତ କ୍ଷତି ଭରଣା ପାଇଁ କେନ୍ଦ୍ର ସରକାର ତୈଳ ଦର ବୃଦ୍ଧି ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ପେଟ୍ରୋଲ ଓ ଡିଜେଲରେ ଯଥାକ୍ରମେ ଲିଟର ପ୍ରତି ୧୮ ଟଙ୍କା ଓ ୧୨ ଟଙ୍କା ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ଲାଗୁ ହୋଇପାରେ।