ପେଟି ପେଟି ମଦ ବୋତଲ ଉପରେ ଚାଲିଲା ବୁଲ୍‌ଡୋଜର

ସୁରତ: ପେଟି ପେଟି ମଦ ବୋତଲ ଉପରେ ଚାଲିଲା ବୁଲ୍‌ଡୋଜର। ଆଉ ରାସ୍ତାରେ ଭାସିଲା ମଦ। ଗୁଜରାଟ ସୁରତ ସହର ନିକଟ ଅମରୋଲି ଅଞ୍ଚଳର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ସୁରତର ଏକାଧିକ ଅଞ୍ଚଳରୁ ଏହିସବୁ ମଦକୁ ଅବକାରୀ ଓ ପୋଲିସ୍ ବିଭାଗ ଜବତ କରିବା ପରେ ଏହାକୁ ନଷ୍ଟ କରାଯାଇଥିଲା। ରାସ୍ତା ଉପରେ ମଦ ବୋତଲ ସବୁ ରଖାଯାଇ ଏହା ଉପରେ ବୁଲ୍‌ଡୋଜର ଚଲା ଯାଇଥିଲା। ନଷ୍ଟ ହୋଇଥିବା ମଦର ମୂଲ୍ୟ ପ୍ରାୟ ୧ କୋଟି ୯୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଯେଉଁଥିରେ ବିଦେଶୀ ମଦ ମଧ୍ୟ ଥିଲା।

ପ୍ରାୟ ୧୦ ବର୍ଷ ଧରି ଏହି ମଦ ଜବତ ହେବା ପରେ ଗୋଟିଏ ଦିନରେ ଏସବୁକୁ ନଷ୍ଟ କରାଯାଇଥିଲା। ମଦ ବୋତଲ ନଷ୍ଟ କରିବାକୁ ପ୍ରାୟ ଘଣ୍ଟା ଘଣ୍ଟା ସମୟ ଲାଗିଥିଲା।

You might also like