ଏଣିକି କରୋନା ଟିକା ନେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ରେଷ୍ଟୁରାଣ୍ଟରେ ମିଳିବ ଧମାକାଦାର ଅଫର୍

କରୋନା ଟିକା ନେଲେ ରେଷ୍ଟୁରାଂଟରେ ମିଳିବ ସବସିଡ଼ି

କରୋନା ଟିକା ନେଲେ ରେଷ୍ଟୁରାଂଟରେ ମିଳିବ ସବସିଡ଼ି

୧୦ ରୁ ୨୦ ପ୍ରତିଶତ ମିଳିବ ଡିସକାଉଂଟ୍

କରୋନା ଟିକା ନେଲେ ରେଷ୍ଟୁରାଂଟରେ ଖାଇବା ସମୟରେ ମିଳିବ ରିହାତି। ଆଶ୍ଚର୍ଯ୍ୟ ହେଉଥିଲେ ବି ଘଟଣାଟି ପୂରା ସତ। କରୋନା ଟିକା ନେବାକୁ ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏବେ ସଂଯୁକ୍ତ ଆରବ ଏମିରେଟସରେ ଏକ ନୂଆ ବ୍ୟବସ୍ଥା କରାଯାଇଥିବା ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଅଂଚଳର ଦାମୀ ରେଷ୍ଟୁରାଣ୍ଟମାନେ ଟିକା ପ୍ରତି ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏକ ଭିନ୍ନ ନିୟମ ଲାଗୁ କରିଛନ୍ତି। ନୂଆ ନିୟମ ମୁତାବକ ଯେଉଁମାନେ କରୋନା ଟିକା ନେବେ ସେହି ଗ୍ରାହକଙ୍କ ପାଇଁ ଖାଦ୍ୟ ଉପରେ ବିପୁଳ ରିହାତି ପ୍ରଦାନ କରାଯାଉଛି। ଆଉ ରିହାତି ପାଇବା ଆଶାରେ ଅନେକ ଲୋକ ଟିକା ନେବା ଲାଗି ଆଗ୍ରହୀ ହେବେ ବୋଲି ଜଣାଯାଇଛି।

ପ୍ରଥମ ଟିକା ପରେ ୧୦ ଓ ଦ୍ୱିତୀୟ ଟିକା ପରେ ୨୦ % ରିହାତି

ସୋସିଆଲ ମିଡ଼ିଆରେ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ

କରୋନା ଟିକା ନେଲେ ଯେ, ରେଷ୍ଟୁରାଂଟରେ ଖାଇବା ଉପରେ ରିହାତି ମିଳିବ ତାହା କେହି କେବେ ଭାବିନଥିବେ। କିନ୍ତୁ ଲୋକଙ୍କୁ ଆକର୍ଷିତ କରିବା ଲାଗି ଏମିତି କିଛି ଯୋଜନା ହୋଇଥିବା ଜଣାଯାଇଛି। ଟିକା ନେଇଥିବା ଲୋକଙ୍କୁ ରେଷ୍ଟୁରାଂଟ ଅଧିକାରୀ  ରିହାତି ଦେବାରେ ମଧ୍ୟ ଲାଗିଛନ୍ତି। ପ୍ରଥମ ଟିକା ନେବା ପରେ ୧୦ ପ୍ରତିଶତ ଓ ଦ୍ଵିତୀୟ ଟିକା ନେବା ପରେ ୨୦ ପ୍ରତିଶତ ରିହାତି ଦିଆଯାଉଛି।

ତେବେ ସୋସିଆଲ ମିଡିଆରେ ଏହି ପଦକ୍ଷେପକୁ ଅନେକ ଲୋକ ସ୍ୱାଗତ କରିଛନ୍ତି। ୟୁଏଇ ଚାଇନିଜ୍ କମ୍ପାନୀ ସିନୋଫାରମ୍, ଆମେରିକୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାଇଜର ଏବଂ ଜର୍ମାନ ଟିକା ବାଓଣ୍ଟେକ୍ ଟିକା ବ୍ୟବହାରକୁ ଅନୁମୋଦନ କରିଛି। ଆଉ ଅନୁମୋଦିତ ହୋଇଥିବା ଟିକାକୁ ନେଉଛନ୍ତି ଦୁବାଇବାସୀ।

କେବଳ ଦୁବାଇରେ  ନୁହେଁ ବର୍ତ୍ତମାନ ସମୟରେ ବିଶ୍ୱର ଅନେକ ରାଷ୍ଟ୍ରରେ ଟିକା ବିତରଣ କାର୍ଯ୍ୟକ୍ରମ ଚାଲିଛି। ଆଉ ସମ୍ପୂର୍ଣ୍ଣ ସୁରକ୍ଷିତ ସ୍ୱଦେଶୀ ଟିକା ବୋଲି ଦେଶବାସୀଙ୍କୁ କିଛି ଏମିତି ଅଭୟବାଣୀ ଶୁଣାଇ ସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ସେ କହିଛନ୍ତି, ଦୁଇଟି ଯାକ ଟିକା କେବଳ ଭାରତରେ ବ୍ୟବହାର ହେଉନି, ବିଦେଶକୁ ବି ପଠାଯାଉଛି। ସେପଟେ ଭାରତରେ ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହେଉଥିବା ନେଇ ସଂଶୟକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ବି ଦୂର କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏବେ ଟିକା ନେବାକୁ ମନା କଲେ ପରେ ମାଗଣାରେ ମିଳିବନି କରୋନା ଟିକା । ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଟିକା ଦିଆଯିବା ପାଇଁ ଚୟନ କରାଯାଇଥିଲା  । ହେଲେ ଏବେ କିଛି  ସ୍ୱାସ୍ଥ୍ୟକର୍ମୀ କରୋନା ଟିକା ନେବାକୁ ମନା କରୁଥିବାନ ମଧ୍ୟ ନଜର ରହିଥିଲା। କିନ୍ତୁ  ବର୍ତ୍ତମାନ  ଯଦି ସ୍ୱାସ୍ଥ୍ୟକର୍ମୀମାନେ ଟିକା ନନେବେ, ପରେ ସେମାନଙ୍କୁ ଆଉ ମାଗଣା ଟିକା ପ୍ରଦାନ କରାଯିବ ନାହିଁ ବୋଲି କହିଥିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ମୋଟ ଉପରେ କହିବାକୁ ଗଲେ, କରୋନା ମହାମାରୀକୁ ରୋକିବାକୁ ଟିକା ଦିଆଯାଉଛି କିନ୍ତୁ ଅନେକ ଲୋକ ଏହାକୁ ନେବାକୁ ରାଜି ହେଉନଥିବା ଦେଖାଯାଉଛି ଆଉ ତାହାକୁ ପ୍ରତିହତ କରିବାକୁ ଦୁବାଇରେ ଏମିତି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

You might also like