ଏମରଜେନ୍ସି ଲାଣ୍ଡିଂ କଲା ଆଇଏଏଫର Apache ହେଲିକପ୍ଟର

ଚଣ୍ଡିଗଡ: ଇଣ୍ଡିଆନ ଏୟାର ଫୋର୍ସ(IAF)ର ଏକ Apache ହେଲିକପ୍ଟର ଆଜି ଅପରାହ୍ଣରେ ପଞ୍ଜାବର ହୋସିଆରପୁରରେ ଏକ ବିଲରେ ଏମରଜେନ୍ସି  ଲାଣ୍ଡିଂ କରିଛି। ସୌଭାଗ୍ୟବଶତଃ ହେଲିକପ୍ଟରରେ ଥିବା ୨ ଜଣ ପାଇଲଟ ସୁରକ୍ଷିତ ଅଛନ୍ତି।

ସୂଚନା ଅନୁସାରେ, ଏହି ହେଲିକପ୍ଟରଟି ପଠାନକୋଟ ଏୟାରବେସରୁ ଉଡାଣ ଭରି ଥିଲା। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପାଇଲଟଙ୍କୁ ହୋସିଆରପୁରରେ ଥିବା ଏକ ବିଲରେ ଏମରଜେନ୍ସି ଲାଣ୍ଡିଂ କରିବାକୁ ପଡିଥିଲା। କଣ୍ଟ୍ରୋଲ ପ୍ୟାନେଲସରୁ ଆଲର୍ଟ ମିଳିବା ପରେ ହେଲିକପ୍ଟରଟି ଏମରଜେନ୍ସି ଲାଣ୍ଡିଂ କରିଥିଲା।

ଶତ୍ରୁ ବିପକ୍ଷରେ ଲଢ଼ିବା ପାଇଁ ଏହି ବିମାନ ଅନେକ କ୍ଷେତ୍ରରେ ବ୍ୟବହାର ହୋଇପାରିବ। ଏହି ଅତ୍ୟାଧୁନିକ ହେଲିକପ୍ଟରକୁ ଆମେରିକାର ଏକ କମ୍ପାନୀ ତିଆରି କରିଛି। ଗତ ବର୍ଷ ଏହା ଇଣ୍ଡିଆନ ଏୟାର ଫୋର୍ସରେ ସାମିଲ ହୋଇଥିଲା।

You might also like