ପ୍ରେମିକ ପ୍ରବରଙ୍କ ବିଚିତ୍ର ବୁଦ୍ଧି; ପ୍ରେମିକାକୁ ମନାଇବାକୁ ରାସ୍ତାଘାଟରେ ବେଆଇନ ହୋର୍ଡ଼ିଂ

ପୁନେ: ଯଦି ଗର୍ଲ ଫ୍ରେଣ୍ଡ୍‌ ରାଗି ଯାଇଥାଏ କି ଝଗଡ଼ା ହୋଇଥାଏ, ତେବେ ସେମାନଙ୍କୁ ମନାଇବା ପାଇଁ ବୟ ଫ୍ରେଣ୍ଡ୍‌ମାନେ ବିଭିନ୍ନ ଉପାୟ ଆପଣାଇଥାନ୍ତି। ସେ ଗୋଲାପ ଦେଇ ହେଉ କି, କିଛି ଦାମୀ ଜିନିଷ ଅବା ଡିନର୍‌ ଡେଟ୍‌ ଏମିତି ଅନେକ କିଛି। ମାତ୍ର ଆମେ ଏଠି ଆପଣଙ୍କୁ ଏମିତି ଏକ ଘଟଣା ସମ୍ପର୍କରେ କହୁଛୁ ଯେଉଁଠି ଅଭିମାନୀ ଗର୍ଲ ଫ୍ରେଣ୍ଡ୍‌କୁ ମନାଇବା ପାଇଁ ବୟ ଫ୍ରେଣ୍ଡ୍‌ ଏକ ଅଭିନବ ଉପାୟ ଆପଣାଇଥିଲେ। ଯାହା ଆପଣ ବି ଜାଣିଲେ ଚକିତ ହୋଇଯିବେ।

ମହାରାଷ୍ଟ୍ରର ଜଣେ ଯୁବକ ତାଙ୍କ ଗର୍ଲ ଫ୍ରେଣ୍ଡ୍‌କୁ ମନାଇବା ପାଇଁ ପ୍ରମୁଖ ଟ୍ରାଫିକ୍‌ ଛକ ଗୁଡ଼ିକରେ ୩୦୦ରୁ ଅଧିକ ବ୍ୟାନର ଓ ହୋର୍ଡିଂ ଲଗାଇଥିଲେ। ଯାହାକୁ ଦେଖି ସ୍ଥାନୀୟ ଲୋକମାନେ ମଧ୍ୟ ଚକିତ ହୋଇପଡ଼ିଛନ୍ତି। ଏହି ପୋଷ୍ଟରରେ ‘ଯୁବତୀଙ୍କ ନାଁ ଲେଖା ହେବା ସହ, I am sorry ବୋଲି ଲେଖା ହୋଇଥିବା ଦେଖିବାକୁ ମିଳିଛି। ଖାଲି ଏତିକି ନୁହେଁ ରେଡ୍‌ ହାର୍ଟ ଚିହ୍ନ ମଧ୍ୟ ଏଥିରେ ରହିଛି।

ଯୁବକ ଜଣଙ୍କ ନାଁ ନୀଲେଶ ଖେଡେକର୍(୨୫) ଓ ସେ ଜଣେ ସ୍ଥାନୀୟ ବ୍ୟବସାୟୀ ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ନିଲେଶ ଏବେ ଅସୁବିଧାରେ ପଡ଼ି ଯାଇଛନ୍ତି। କାହିଁକି ନା ନୀଲେଶଙ୍କ ବନ୍ଧୁ ବିଳାସ ସିନ୍ଧେ, ଯିଏକି ଏସବୁ କାମରେ ତାଙ୍କୁ ସାହାଯ୍ୟ କରିଥିଲେ, ପୁଲିସ୍‌ ତାଙ୍କ ବିଷୟରେ ସୁରାକ୍‌ ପାଇଛି। ଫଳରେ ପୁଲିସ୍‌ ନୀଲେଶ ପାଖରେ ପହଞ୍ଚି ପ୍ରକୃତରେ ଏହି ଘଟଣାର ମାଷ୍ଟର ମାଇଣ୍ଡ୍‌ କିଏ ତା’ର ପର୍ଦ୍ଦାଫାସ୍‌ କରିବ ବୋଲି ଜଣାପଡ଼ିଛି।

ପୁଲିସ୍‌କୁ ସୂଚନା ଦେଇ ବିଳାସ କହିଛି ଯେ, ନିଲେଶ ଓ ତା’ର ଗର୍ଲ ଫ୍ରେଣ୍ଡ୍‌ ମଧ୍ୟରେ ଏକ ଝଗଡ଼ା ହୋଇଥିଲା। ଯାହାକୁ ନେଇ ନୀଲେଶ ଉପରେ ତା’ର ଗର୍ଲ ଫ୍ରେଣ୍ଡ୍‌ ରାଗି ଯାଇଥିଲା। ଆଉ ଏହି ଘଟଣାରେ ଗର୍ଲ ଫ୍ରେଣ୍ଡ୍‌କୁ Sorry କହିବା ପାଇଁ ନିଲେଶ ଏସବୁ କରିଥିଲା।

ଯୁବତୀ ଜଣକ ଶୁକ୍ରବାର ମୁମ୍ବାଇରୁ ପିମ୍ପ୍ରି ଚିଞ୍ଚ୍‌ୱାଡ୍‌ ମାର୍କେଟ୍‌ ଆସିଥିଲେ। ତା’ ପୂର୍ବରୁ ଗୁରୁବାର ବିଳମ୍ବିତ ରାତ୍ରରେ ଏତେ ସଂଖ୍ୟକ ହୋର୍ଡିଂ ଲଗାଯାଇଥିଲା। ଯେମତିକି ଯୁବତୀ ଜଣକ ଯେଉଁ ଯେଉଁ ବାଟ ଦେଇ ଯିବେ ସେହି ରାସ୍ତାର ପ୍ରମୁଖ ଟ୍ରାଫିକ୍‌ ଛକମାନଙ୍କରେ ହୋର୍ଡିଂ ଦେଖିବେ ଓ ପ୍ରେମିକଙ୍କୁ କ୍ଷମା କରିଦେବେ।

ଏପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ତଦନ୍ତ ପରେ ଉକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

You might also like