ଜଣେ ରୂପଜୀବୀ ଏମିତି ବଦଳାଇ ଦେଇଥିଲେ ସ୍ୱାମୀ ବିବେକାନନ୍ଦଙ୍କ ବିଚାରଧାରା

ଜାନୁଆରୀ ୧୨ ତାରିଖ ସ୍ୱାମୀ ବିବେକାନନ୍ଦଙ୍କର ଜୟନ୍ତୀ। ସାରା ବିଶ୍ୱର ଯୁବ ସମାଜ ପାଇଁ ଦିଗ୍‌ଦର୍ଶକ ସ୍ୱାମାଜୀଙ୍କ ଜୀବନ କାହାଣୀ ଖୁବ୍‌ ପ୍ରେରଣା ଦାୟୀ। ବିଶ୍ୱରେ ସନାତନ ଧର୍ମର ମାହାତ୍ମ୍ୟ ଜଣାଇଥିବା ଏହି ଯୁବ ସନ୍ୟାସୀଙ୍କ ଜୀବନ ତ ଅନେକ ପ୍ରେରଣା ଦାୟୀ କାହାଣୀରେ ଭରପୁର। ଆପଣ କିନ୍ତୁ ଏହି କାହାଣୀ ବିଷୟରେ ଜାଣିଛନ୍ତି କି ?   

ଆମ ସମାଜରେ କିଛି ଲୋକ ନିଜକୁ ଖୁବ୍‌ ବୋଲି ଜ୍ଞାନୀ ମନେ କରନ୍ତି। କିଛି ସମ୍ମାନ ଓ ମୁଖପ୍ରଶଂସା କରିଦେଲେ ସେହି ଜ୍ଞାନୀମାନଙ୍କର ଶିକ୍ଷାର ପରିସର ସେହି ପ୍ରଶଂସକ ଠାରେ ହିଁ ସୀମିତ ହୋଇଯାଏ। ସେମାନେ ନିଜକୁ ଜ୍ଞାନୀ ବୋଲି ମନେ କରି ଅନ୍ୟମାନଙ୍କୁ ତୁଚ୍ଛ ମନେକରନ୍ତି। କିନ୍ତୁ ପ୍ରକୃତରେ ଜ୍ଞାନର ପରିସର ଯେ ଖୁବ୍‌ ବ୍ୟାପକ ତାହା ସ୍ୱାମୀ ବିବେକାନନ୍ଦ ହିଁ ପ୍ରମାଣ କରି ଦେଖାଇଛନ୍ତି। ଏ ଦୁନିଆରେ ପ୍ରତ୍ୟେକଟି ବ୍ୟକ୍ତିଙ୍କ ଠାରୁ ଶିକ୍ଷା ମିଳିପାରିବ, ଖାଲି ଶିକ୍ଷାମନସ୍କ ହେଲେ ହେଲା।

How a prostitute taught Vivekananda the... - Swami Vivekananda | Facebook

ନୂଆ ବିଚାରଧାରା ଓ ନୂଆ ଚିନ୍ତନ ପାଇଁ ସାରା ବିଶ୍ୱରେ ପରିଚିତ ସ୍ୱାମୀ ବିବେକାନନ୍ଦଙ୍କର ଏମିତି ତ ଅନେକ କାହାଣୀ ରହିଛି। ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ରୋଚକ କାହାଣୀ ସମ୍ପର୍କରେ କହିବୁ ଯାହାକୁ ଜାଣିଲେ ଆପଣଙ୍କ ବିଚାରଧାରା ସୁଧାରିବାରେ ପ୍ରେରଣା ମିଳିବ। ଶିକ୍ଷାର ପରିସର ଯେ କେତେ ବ୍ୟାପକ ତାହା ଜଣାପଡ଼ିବ। ଏହି କାହାଣୀ ବିବେକାନନ୍ଦ ଓ ଏକ ରୂପଜୀବୀର। ଯେଉଁଠି ସ୍ୱାମୀଜୀଙ୍କ ସହିତ ଏକ ରୂପଜୀବୀର ଦେଖା ହୁଏ, ତା ପରେ ରୂପଜୀବୀ ଜଣକ ବିବେକାନନ୍ଦଙ୍କୁ ଶିଖାଇଯାଆନ୍ତି ଜୀବନ ଜିଇଁବାର ଏକ ସୁନ୍ଦର ମନ୍ତ୍ର।

ଏ କାହାଣୀ ସେତେବେଳର ଯେତେବେଳେ ସ୍ୱାମୀ ବିବେକାନନ୍ଦ ବିଦେଶ ଯାତ୍ରା କରିନଥିଲେ କି ଏତେ ପ୍ରସିଦ୍ଧ ବି ହୋଇ ନଥିଲେ ଯେତେ ପରେ ହେଲେ।

Bibliography of Swami Vivekananda - Wikipedia

ଦିନେ ରାଜସ୍ଥାନ ଜୟପୁରର ରାଜା ସ୍ୱାମୀ ବିବେକାନନ୍ଦକୁ ତାଙ୍କ ରାଜମହଲକୁ ନିମନ୍ତ୍ରଣ ଦେଇଥିଲେ। ରାଜା ବିବେକାନନ୍ଦଙ୍କର ବହୁତ ବଡ଼ ଭକ୍ତ ଥିଲେ। ସ୍ୱାମୀଙ୍କୁ ସମ୍ମାନ ବି କରୁଥିଲେ। ସେତେବେଳର ପରମ୍ପରା ଅନୁସାରେ ନିମନ୍ତ୍ରିତ ଅତିଥିଙ୍କ ସ୍ୱାଗତ ପାଇଁ ନାଚଗୀତର ଆସର ଆୟୋଜନ ହେଉଥିଲା। ଜୟପୁରର ରାଜା ମଧ୍ୟ ସେୟା କଲେ। ବିବେକାନନ୍ଦଙ୍କ ସ୍ୱାଗତ ସମାରୋହରେ ଗୀତ ଗାଇବା ପାଇଁ ବନାରସରୁ ଭାରତର ସବୁଠାରୁ ସୁନ୍ଦର ରୂପଜୀବୀଙ୍କୁ ଡାକିଥିଲେ।

ସବୁକିଛି ପ୍ରସ୍ତୁତି ସରିଲା ପରେ ରାଜା ଭାବିଲେ, ସ୍ୱାମୀ ବିବେକାନନ୍ଦ ଯେ ଜଣେ ସନ୍ୟାସୀ, ତାଙ୍କରି ସ୍ୱାଗତରେ ଜଣେ ରୂପଜୀବୀଙ୍କୁ ନିମନ୍ତ୍ରଣ ଦେବା ଠିକ୍ ହେଲା ନାହିଁ।

ସ୍ୱାମୀ ବିବେକାନନ୍ଦ ସେତେବେଳେ ଶିକ୍ଷାନବୀଶ ବା ଜଣେ ଛାତ୍ର ଥିଲେ। ରାଜାଙ୍କ ମହଲରେ ପ୍ରବେଶ କରୁ କରୁ ସେ ରୂପଜୀବୀଙ୍କୁ ଦେଖିଲେ। ଆଉ ରୂପଜୀବୀଙ୍କ ସମ୍ପର୍କରେ ଜଣାପଡ଼ିବା ପରେ ସ୍ୱାମୀ ଏକ କୋଠରୀ ଭିତରେ ନିଜକୁ ବନ୍ଦ କରିଦେଲେ। ବାହାରକୁ ଆସିଲେ ନାହିଁ। କାରଣ ରୂପଜୀବୀକୁ ଦେଖି କାଳେ ତାଙ୍କଠାରେ କାମନାବାସନାର ଶକ୍ତି ଜାଗ୍ରତ ହେବ, ଏହା ଭାବି ବିବେକାନନ୍ଦଙ୍କୁ ଡର ଲାଗୁଥିଲା।

Swami Vivekananda's life and teachings for the Youth

ଜୟପୁର ରାଜା ବାହାରୁ ଥାଇ ସ୍ୱାମୀଜୀଙ୍କୁ ଯେତେ ଡାକିଲେ ବି ସ୍ୱାମୀ ବାହାରକୁ ଆସିବାକୁ ମନା କରିଦେଲେ। ଏହା ଦେଖି ରାଜାଙ୍କ ମନକୁ ପାପ ଛୁଇଁଲା। ଏଡ଼େବଡ଼ ସନ୍ୟାସୀଙ୍କ ସ୍ୱାଗତରେ ରୂପଜୀବୀକୁ ନିମନ୍ତ୍ରଣ କରି ସେ ଯେ ଭୁଲ୍ କରିଛନ୍ତି ଏକଥା ହୃଦୟଙ୍ଗମ କଲେ। କ୍ଷମା ବି ମାଗିଲେ। ପୂର୍ବରୁ କେବେ କେଉଁ ସନ୍ୟାସୀଙ୍କୁ ନିମନ୍ତ୍ରଣ କରିନଥିଲେ ବୋଲି ତାଙ୍କ ଦ୍ୱାରା ଏପରି ଭୁଲ୍‌ ହୋଇଛି ବୋଲି ସ୍ୱୀକାର ମଧ୍ୟ କଲେ। ରାଜା ଯେତେ ବୁଝାଇଲେ ବି ବିବେକାନନ୍ଦ କିନ୍ତୁ ମାନିଲେ ନାହିଁ।

ଏହି ଘଟଣା ସମ୍ପର୍କରେ ରୂପଜୀବୀ ଜଣଙ୍କ ଜାଣିବା ପରେ ସେ ଗଭୀର ମର୍ମାହତ ହେଲେ। ତାଙ୍କରି ପାଇଁ ସ୍ୱାମୀଜୀ ନିଜକୁ କୋଠରୀ ଭିତରେ ବନ୍ଦ କରି ରଖିଛନ୍ତି ! ଜଣେ ରୂପଜୀବୀଠାରୁ ଏଡ଼େବଡ଼ ସନ୍ୟାସୀଙ୍କୁ ଅବା କି ଭୟ ? ଗଭୀର ମର୍ମାହତ ହୋଇ ରୂପଜୀବୀ ଜଣଙ୍କ ଗୀତ ଗାଇବା ଆରମ୍ଭ କଲେ। କବି ସୁର ଦାଶଙ୍କର ଭଜନ ପ୍ରଭୁଜୀ ମେରେ ଅବଗୁଣ ଚିତ୍ତ ନା ଧରୋ… 

Malabar Lady with Veena - Art Prints by Raja Ravi Varma | Buy Posters, Frames, Canvas & Digital Art Prints | Small, Compact, Medium and Large Variants
ପ୍ରତିକାତ୍ମକ ଚିତ୍ର

ଏହି ଭଜନର ଗୋଟେ ପଂକ୍ତିରେ ପାରଶପଥର ବିଷୟରେ କୁହାଯାଇଛି। ଯାହାର ଅର୍ଥ ହେଲା- ପାରସ ପଥର ନିଜ ସ୍ପର୍ଶରେ ଲୁହାକୁ ସୁନାରେ ପରିବର୍ତ୍ତନ କରି ଦେଇଥାଏ। ସେ ଲୁହା ଠାକୁର ଘରର ହେଉ କିମ୍ବା କଂସେଇ ଖାନାର ହେଉ ପାରଶପଥର ଛୁଆଁରେ ସିଏ ସୁନା ହୋଇଯାଏ। ଯଦି ଏହି ପାରଶପଥର ଲୁହାର ସ୍ଥାନ ଦେଖିବା ଆରମ୍ଭ କରିବ ତେବେ ସେ ପାରଶ ହେବାର ମୂଲ୍ୟ କ’ଣ ? 

ଏହି ଭଜନ ଶୁଣିମା ମାତ୍ରେ ସ୍ୱାମୀଜୀ ବନ୍ଦ କୋଠରୀରୁ ବାହାରକୁ ବାହାରି ଆସିଲେ। ସେ ଦେଖିଲେ ଯେ ରୂପଜୀବୀ ଜଣଙ୍କ ଆଖିରୁ ଧାର ଧାର ଲୁହ ବୋହି ଯାଉଛି, ଆଉ ସେ ଭଜନ ଗାଇବାରେ ଲିପ୍ତ ଅଛି। ରୂପଜୀବୀଙ୍କୁ ଦେଖି ସାରିବା ପରେ ସ୍ୱାମୀଜୀଙ୍କ ମନରେ ନା କୌଣସି ପ୍ରେମ ଜାଗି ଉଠିଥିଲା ନା କୌଣସି ଆକର୍ଷଣ ଓ ଘୃଣା ସୃଷ୍ଟି ହୋଇଥିଲା। ଏହି ଘଟଣା ସମ୍ପର୍କରେ ସ୍ୱାମୀ ବିବେକାନନ୍ଦ ନିଜେ ତାଙ୍କ ଜୀବନୀରେ ଲେଖିଛନ୍ତି। ସେଦିନ ସ୍ୱାମୀଜୀ ପ୍ରଥମ ଥର ପାଇଁ ଜଣେ ରୂପଜୀବୀଙ୍କୁ ଦେଖିଥିଲେ ବୋଲି ଏକ ସଂସ୍କରଣରେ ଉଲ୍ଲେଖ କରିଛନ୍ତି।

ସେହିଦିନ ହିଁ ସ୍ୱାମୀ ଅନୁଭବ କରିଥିଲେ ଯେ ସେ ତାଙ୍କ ମନକୁ ନିଜ ଅଧୀନରେ କରିସାରିଛନ୍ତି। ମନ ଓ ଶରୀରରୁ ସେ ସମ୍ପୂର୍ଣ୍ଣ ଭାବେ ସନ୍ୟାସୀ ହୋଇସାରିଛନ୍ତି। ଜଣେ ରୂପଜୀବୀ ଠାରୁ ବି ଜୀବନର ଏତେବଡ଼ ମନ୍ତ୍ର ମିଳିପାରିବ ଏକଥାକୁ ହୃଦୟଙ୍ଗମ କରି ରୂପଜୀବୀଙ୍କୁ ପୁଣ୍ୟ ଆତ୍ମା କହିଥିଲେ ବିବେକାନନ୍ଦ।

Swami Vivekananda used to read many books in a single day, tips for reading, benefits of meditation, vivekanand motivational story | स्वामी विवेकानंद किताबें पढ़कर लाइब्रेरियन को एक ही दिन में लौटा

 

 

 

You might also like