ଚିରା ଆଉ ଫଟା ନୋଟ୍‌ ବଦଳରେ ଏଣିକି ମିଳିବ ଟଙ୍କା?

ଚିରାଫଟା ନୋଟ୍‌କୁ ନେଇ ଆପଣ ଚିନ୍ତାରେ ଅଛନ୍ତି କି?

ଚିରାଫଟା ନୋଟ୍‌କୁ ନେଇ ଆପଣ ଚିନ୍ତାରେ ଅଛନ୍ତି କି?

ଏତିକି ପରିମାଣରେ ନୋଟ୍‌ ଫାଟିଥିଲେ ପାଇବେ ପୂରା ଟଙ୍କା

ଯଦି ବ୍ୟାଙ୍କ ନୋଟ୍‌ ବଦଳାଇବାକୁ ମନା କରେ?

କଣ କହୁଛି RBI?

ନୂଆଦିଲ୍ଲୀ: ଚିରାଫଟା ନୋଟ୍ ଆପଣଙ୍କ ପାଖରେ ରହିଛି କି? ଏହି ସବୁ ଟଙ୍କା  ଲାଗି ଆପଣ ଚିନ୍ତାରେ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। କାରଣ ଏଣିକି ଅତିସହଜରେ ଆପଣ ବି ଚିରାଫଟା ନୋଟ୍‌ ଅତି ସହଜରେ ବଦଳାଇପାରିବେ। ଜାଣିରଖନ୍ତୁ ଯେ, କେତେ ପରିମାଣରେ ନୋଟ ଚିରାଥିଲେ ଆପଣ ଅତି ସହଜରେ ସେହି ଟଙ୍କାକୁ ଫେରାଇ ପାରିବେ ଓ ସମ ପରିମାଣରେ ଟଙ୍କା ବି ପାଇପାରିବେ?

କଟା ଫଟା ନୋଟ ବଦଳରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ନୋଟ୍ ରିଫଣ୍ଡ) ନିୟମ, ୨୦୦୯ରେ ବହୁ ପରିବର୍ତ୍ତନ କରିଛନ୍ତି। ନିୟମ ଅନୁସାରେ, ନୋଟ୍‌ର ସ୍ଥିତି ଆଧାରରେ ଆପଣମାନେ ଆରବିଆଇ କାର୍ଯ୍ୟାଳୟ ଓ ନିର୍ଧାରିତ ବ୍ୟାଙ୍କ ଶାଖାରେ ଏପରି ନୋଟକୁ ବଦଳାଇ ପାରିବେ। ଆଜି ଆମେ ଆପଣଙ୍କୁ କହୁଛୁ ଯେ, କିଭଳି ଆପଣ ଏହି ଫଟା ନୋଟକୁ ବଦଳାଇ ପାରିବେ? ବ୍ୟାଙ୍କ ଏହା ବଦଳରେ ଆପଣଙ୍କୁ କେତେ ଟଙ୍କା ଫେରାଇବ?

ଆପଣ ନିଜର ଆଖପାଖରେ କୌଣସି ବ୍ୟାଙ୍କର ବ୍ରାଞ୍ଚକୁ ଯାଇ ଏହି ନୋଟକୁ ବଦଳାଇ ପାରିବେ, କିନ୍ତୁ ଏହି ସୁବିଧା ପ୍ରତ୍ୟେକ ବ୍ୟାଙ୍କରେ ଉପଲବ୍ଧ ନାହିଁ ଏହା ଆପଣ ନିହାତି ଜାଣିରଖିବା ଦରକାର । ବ୍ୟାଙ୍କର କର୍ମଚାରୀ ଆପଣଙ୍କୁ ନୋଟ ବଦଳାଇବାକୁ ମନା କରିପାରିବେ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସମସ୍ତ ବ୍ୟାଙ୍କକୁ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦେଇଛନ୍ତି ଯେ, ଚିରା-ଫଟା ନୋଟ ବଦଳାନ୍ତୁ। ଏହା ସହିତ ତାଙ୍କୁ ନିଜର ଶାଖାରେ ଏହି ସୁବିଧା ବିଷୟରେ ବୋର୍ଡ ମଧ୍ୟ ଲଗାଇବାକୁ ହେବ।

ଆରବିଆଇର ନିୟମ ଅନୁସାରେ, ନୋଟ୍ କେ​‌ତେ ଫାଟିଛି ଏହାର ସ୍ଥିତି ଉପରେ ନିର୍ଭର କରିଥାଏ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଫିସିଆଲ ୱେବସାଇଟ୍‌ରେ ଥିବା ସୂଚନା ଅନୁସାରେ, ଯଦି ଚିରା ନୋଟର ୮୮ ବର୍ଗ ସେଂଟିମିଟର ଅକ୍ଷତ ଅଛି ତେବେ ଆପଣଙ୍କୁ ପୂରା ଟଙ୍କା ମିଳିପାରିବ। ଆଉ ଯଦି ନୋଟର ୪୪ ବର୍ଗ ସେଂଟିମିଟର ଅକ୍ଷତ ବା ଭଲ ଅଛି ତେବେ ବ୍ୟାଙ୍କ୍ ଆପଣଙ୍କୁ ଅଧା ଟଙ୍କା ଦେବ। ଫଟା-ଚିରା ନୋଟ୍ ବଦଳାଇବା ପାଇଁ ବ୍ୟାଙ୍କ ଆପଣଙ୍କଠାରୁ କୌଣସି ପ୍ରକାର ଫି’ ନିଏ ନାହିଁ। ବରଂ ଏହି ସର୍ଭିସ ବ୍ୟାଙ୍କ ଦ୍ୱାରା ମାଗଣାରେ ଦିଆଯାଇଥାଏ।

ତେବେ ବ୍ୟାଙ୍କ ଏଭଳି ନୋଟକୁ ବଦଳାଇବାକୁ ମନା କରିପାରେ, ଯାହାକି ଖୁବ୍ ଖରାପ ଭାବରେ ଜଳି ଯାଇଥାଏ। ଯଦି ବ୍ୟାଙ୍କକୁ ସନ୍ଦେହ ଥାଏ ନୋଟ୍ ଜାଣିଶୁଶି ଚିରି ଦିଆଯାଇଛି, ତେବେ ତାକୁ ବଦଳାଯିବ ନାହିଁ। ୫୦ ଟଙ୍କା, ୧୦୦ ଟଙ୍କା ଓ ୫୦୦ ଟଙ୍କାର ପୁରୁଣା ଚିରା ନୋଟ୍ ପୂର୍ଣ୍ଣଭାବରେ ଫେରାଇବା ପାଇଁ ଏହା ଜରୁରୀ ଯେ, ଆପଣଙ୍କ ନୋଟ୍ ୨ ଭାଗରେ ବାଣ୍ଟି ହୋଇଯାଇଥାଏ, ଯେଉଁଥିରେ ଚିରା ନୋଟର ଗୋଟିଏ ଭାଗ୪୦ ପ୍ରତିଶତ କିମ୍ବା ତାଠାରୁ ଅଧିକ କ୍ଷେତ୍ରକୁ କଭର କରିଥାଏ।

ଯଦି ଉପରୋକ୍ତ ନିୟମ ଅନୁସାରେ ଆପଣଙ୍କ ନୋଟ୍‌ ଚିରିଥାଏ ତେବେ ବିନା ଦ୍ୱଧାରେ ବ୍ୟାଙ୍କରେ ନୋଟ୍‌ ବଦଳାଇ ଭଲ ନୋଟ୍ ନେଇ ଆସନ୍ତୁ।

You might also like