ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ସୁନ୍ଦରଗଡ: ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା।  ସରକାରୀ ଅଧିକାରୀଙ୍କୁ ମାଡ ମାରିବା ଅଭିଯୋଗରେ ପରିବାର ସହ ଗିରଫ ହୋଇଛନ୍ତି ଘର ମାଲିକ। ଘଟଣା ଘଟିଛି ସୁନ୍ଦରଗଡ଼ ବିଜୟା ଟକିଜ୍ ନିକଟରେ।

ବିଜୟା ଟକିଜ୍ ନିକଟରେ ରହୁଥିବା ଇନ୍ଦ୍ରମଣୀ ଖୁଣ୍ଟିଆ ତାଙ୍କ ଘରେ ରହୁଥିବା ଜଣେ ଭଡ଼ାଟିଆଙ୍କୁ ଘର ଖାଲି କରିବାକୁ କହିଥିଲେ। ହେଲେ କରୋନା ମହାମାରୀ ଯୋଗୁ ଘର ଖାଲି କରିବାକୁ ଭଡାଟିଆ ଅସମର୍ଥ ଥିଲେ। ଭଡ଼ାଟିଆଙ୍କ ପରିସ୍ଥିତି ନ ବୁଝି  ଘର ମାଲିକ ତାଙ୍କୁ ଘରୁ ବାହାରିବା ପାଇଁ ବାଧ୍ୟ କରିଥିଲେ।  ଶେଷରେ ତାଙ୍କ ଘରକୁ ତାଲା ପକାଇ ଦେଇଥିଲେ। ଏନେଇ ଭଡ଼ାଟିଆ ଟାଉନ୍ ଥାନାରେ ଅଭିଯୋଗ ପରେ ପୋଲିସ୍ ସହ ସହକାରୀ ଜିଲ୍ଲାପାଳ ସାରିକା ଧମେଲ ଘଟଣାସ୍ଥଳରେ ପହଞ୍ଚି ଥିଲେ।

ତେବେ ଘର ମାଲିକ ଇନ୍ଦ୍ରମଣୀ ଓ ତାଙ୍କ ସ୍ତ୍ରୀ, ଝିଅ ସହକାରୀ ଜିଲ୍ଲାପାଳଙ୍କୁ  ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ୍ କାର୍ଯ ନେବା ସହ ଇନ୍ଦ୍ରମଣୀ ଓ ତାଙ୍କ ପତ୍ନୀ, ଝିଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

You might also like