ଓଡ଼ିଶାକୁ ସହାୟତାର ହାତ ବଢ଼ାଇଲା ହକି ଇଣ୍ଡିଆ

ନୂଆଦିଲ୍ଲୀ/ଭୁବନେଶ୍ୱର: ମହାମାରୀ କରୋନା  ବିରୋଧରେ ଲଢ଼େଇ ପାଇଁ ହକି ଇଣ୍ଡିଆ, ଓଡ଼ିଶାକୁ ସହାୟତାର ହାତ ବଢ଼ାଇଛି।

ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ହକି ଇଣ୍ଡିଆ ୨୧ଲକ୍ଷ ଟଙ୍କାର ସହାୟତା ପ୍ରଦାନ ନେଇ ଘୋଷଣା କରିଛି। କରୋନା ଭାଇରସ୍ ଯୋଗୁ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୮୦ହଜାରରୁ ଊର୍ଦ୍ଧ୍ୱ ଲୋକେ ପ୍ରାଣ ହରାଇଥିବା ବେଳେ ଭାରତରେ ମୃତକଙ୍କ ସଂଖ୍ୟା ପାଖାପାଖି ୧୫୦ ଛୁଇଁଲାଣି। ଏଭଳି କଠିନ ସମୟରେ ବିଭିନ୍ନ ସେଲିବ୍ରିଟିଙ୍କଠୁ ଆରମ୍ଭ କରି ଅନେକ ସଂସ୍ଥା, ଏପରିକି ସାଧାରଣ ଲୋକ ମଧ୍ୟ  ନିଜ ନିଜର ସାମର୍ଥ୍ୟ ଅନୁଯାୟୀ ସହାୟତା କରୁଛନ୍ତି।

ଓଡ଼ିଶା ସରକାରଙ୍କୁ ସହାୟତା ପ୍ରଦାନ କରିବା ନେଇ ହକି ଇଣ୍ଡିଆର ସଭାପତି ମହମ୍ମଦ ମୁସ୍ତାକ୍ ଅହମ୍ମଦ କହିଛନ୍ତି, ବର୍ତ୍ତମାନର ପରିସ୍ଥିତିକୁ ଆଖି ଆଗରେ ରଖି ହକି ଇଣ୍ଡିଆ, ଓଡ଼ିଶାକୁ ୨୧ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛି। ମୁଁ ଆଶା କରୁଛି ଏହି ଛୋଟିଆ ସାହାଯ୍ୟ ନିଶ୍ଚିତ ଭାବେ ଓଡ଼ିଶାକୁ କରୋନା ବିରୋଧରେ ଲଢ଼ିବା ପାଇଁ ସହଯୋଗ କରିବ।

ସୂଚନାଯୋଗ୍ୟ, ଓଡ଼ିଶାରେ ହକିର ବେଶ୍ ଚାହିଦା  ରହିଛି।

ଆହୁରି ପଢ଼ନ୍ତୁ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ

ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍

ବାଲେଶ୍ୱର ଉପନିର୍ବାଚନ: ଆକର୍ଷଣ ସାଜିଛନ୍ତି ୯୦ ବର୍ଷର ବେଣୁଧର

ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଚେଲ୍ଲାକୁମାର

You might also like