ଛାତରୁ ଡେଇଁ ହାଇଟେକ୍ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର : ଭୁବନେଶ୍ୱରରେ ହାଇଟେକ୍ ମେଡିକାଲ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ଆଜି ଅପରାହ୍ନରେ ଛାତ୍ରୀ ନିବାସର ୩ ମହଲା ଛାତରୁ ଡେଇଁ ଜଣେ ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହାଇଟେକ୍‌ ନର୍ସିଂ କଲେଜର ତୃତୀୟ ବର୍ଷର ଛାତ୍ରୀ। ଗୁରୁତର ଅବସ୍ଥାରେ ତାଙ୍କୁ ହାଇଟେକ୍ ମେଡିକାଲ କଲେଜ ICUରେ ଭର୍ତ୍ତି କରାଯାଇଛି।

ସେପଟେ ଘଟଣା ପାଇଁ ନର୍ସିଂ କଲେଜ କର୍ତ୍ତୃପକ୍ଷ ଦାୟୀ ବୋଲି ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। କଲେଜ କର୍ତ୍ତୃପକ୍ଷ ମାନସିକ ନିର୍ଯାତନା ଦେଉଥିବା ଯୋଗୁଁ ସେ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ମଞ୍ଚେଶ୍ୱର ଥାନାରେ ଏକ ମାମଲା ରୁଜୁ ହୋଇଛି। ସେପଟେ ଅଭିଯୋଗକୁ କଲେଜ ଅଧ୍ୟକ୍ଷ ଖଣ୍ଡନ କରିବା ସହ ଛାତ୍ରୀ ଜଣଙ୍କ ଜଣେ ମାନସିକ ରୋଗୀ ବୋଲି କହିଛନ୍ତି।

You might also like