ଜଳ ନିଷ୍କାସନରେ ସମସ୍ୟାରୁ କଟକ-ଭୁବନେଶ୍ୱରରେ ସ୍ଥିତି ଅସମ୍ଭାଳ

ଲଗାଣ ବର୍ଷାରେ ଉବୁଟୁବୁ ଟୁଇନ୍‌ସିଟି

ଭୁବନେଶ୍ୱର : ବର୍ଷାରେ ଭାସିଲା ଭୁବନେଶ୍ୱର। କୃତ୍ରିମ ବନ୍ୟାରେ ଉବୁଟୁବୁ ରାଜଧାନୀ। ଗତ ରାତିରୁ ଲଗାଣ ବର୍ଷାରେ ଘରେ ପାଣି, ବାହାରେ ପାଣି, ସାରା ସହରରେ ପାଣି ଭର୍ତ୍ତି। ସ୍ମାର୍ଟସିଟିର ଅଦ୍ଭୂତ ବିବର୍ଣ୍ଣ ଚେହେରା। ଗାଡ଼ି ବଦଳରେ ଡଙ୍ଗା ଚାଲିଲା, କାର୍‌କୁ ନୌକା କରି ଭସେଇଲା ପାଣିର ପ୍ରଖର ସୁଅ। କେଉଁଠି ଘାଈ ଭାଙ୍ଗିଲା ଭଳି ଘରେ ପଶିଲା ପାଣି ତ କେଉଁଠି ମନ୍ଦିର ବୁଡ଼ିଲା, ଠାକୁର ବି ବୁଡ଼ିଗଲେ।

ଜୟଦେବ ବିହାର ଅଞ୍ଚଳରେ  ସୃଷ୍ଟି ହୋଇଥିଲା ସଂଗୀନ ପରିସ୍ଥିତି। ବସ୍ତି ଅଞ୍ଚଳରେ ଅବସ୍ଥା ବାର୍ ବାଜି ଥିବା ବେଳେ ଅାପାର୍ଟମେଣ୍ଟରେ ଥାଇ ଉଦ୍ଧାର ପାଇଁ ଡାକ ଛାଡ଼ିଥିଲେ ଲୋକେ। ବମିଖାଲ ଅଞ୍ଚଳରରେ ଦିନ ୯ଟା ବେଳେକୁ ବସନ୍ତ ବିହାର ଭିଲ୍ଲାରେ ଛିଡ଼ା ହୋଇଥିଲା ଛାତିଏ ଉଚ୍ଚର ପାଣି। ପାଣି ଭିତରେ ଭାସୁଥିଲା ବହୁ ଦାମୀ କାର।

ପୁରୁଣା ଭୁବନେଶ୍ୱର ଗୌରୀ ନଗର ଅଞ୍ଚଳରରେ ରାତିରୁ ବର୍ଷା ନାକେଦମ୍  କରିଥିଲା। ସକାଳୁ ଚାହୁଁ ଚାହୁଁ ଘର ଭିତରେ ପଶିଥିଲା ଡ୍ରେନ୍ ପାଣି। ଅାସବାବପତ୍ର ସଜା଼ଡିବାକୁ ବି ତର ନଥିଲା। ଗ୍ୟାରେଜ୍ ଛକରେ ବିରାଟ ହ୍ରଦର ଭ୍ରମ ସୃଷ୍ଟି କରିଥିଲା ବର୍ଷା ଜଳ। ଏପଟେ ଖଣ୍ଡିଗିରି ଜାଗମରା ଅଞ୍ଚଳରେ ବି ନଈ ବଢ଼ି ଭଳି ଲହଡ଼ି ଭାଙ୍ଗୁଥିଲା ପାଣି। ଏମିତି ପାଣିରେ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପାଓ୍ୱାର ବୋଟ୍‌ର ସହାୟତା ନେଇଥିଲା ଅଗ୍ନିଶମ ବିଭାଗ।

ସିଲଭର ସିଟି କଟକରେ ପ୍ରବଳ ବର୍ଷା ସାଙ୍ଗକୁ ଜଳ ନିଷ୍କାସନରେ ଗୁରୁତର ସମସ୍ୟା ଦେଖାଦେଇଥିଲା।  ସ୍ଥିତି ସଙ୍ଗୀନ ହୋଇଥିଲା। ସହରରେ ରାସ୍ତା କେଉଁଟା ଡ୍ରେନ୍ କେଉଁଟା  ଜାଣିବା ମୁସ୍କିଲ ହୋଇପଡିଥିଲା। ବାଦମବାଡ଼ିରୁ ଲିଙ୍କ୍ରୋଡ, ପଟାପୋଲରୁ ବକ୍ସିବଜାର,ପ୍ରତି ସାହି, ପ୍ରତି ଗଳିକନ୍ଦିରେ ଅସମ୍ଭାଳ ସ୍ଥିତି। ତୁହାକୁ ତୁହା ବର୍ଷା ଭିତରେ ବଢ଼ିଚାଲିଛି ଜଳବନ୍ଦୀ ସହରବାସୀଙ୍କ ଦୁର୍ଦ୍ଦଶା। ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ, ଜିଲ୍ଲାପ୍ରଶାସନର ବି ଘରବୁଡ଼ି ପାଣି ଅାଣ୍ଠିଏ ସ୍ଥିତି।

ଏପଟେ ଅାହୁରି  ଦୟନୀୟ  ବିଡ଼ାନାସୀ ଥାନାର ଅବସ୍ଥା। କନିକା ଛକରେ ରହୁଥିବା ବହୁ ବିଚାରପତିଙ୍କ ବାସଭବନରେ ବି ବର୍ଷା ଜଳ ଧସେଇ ପଶିଛି।ବାଇଟ

ସବୁ ଥର ଭଳି ଖାଲି ସହରର ତଳିଅା ଅଞ୍ଚଳ ନୁହେଁ, ଅାଜିର ବର୍ଷା କି ତଳିଅା, କି ଉପର ଅଞ୍ଚଳ, କାହାକୁ ବି ବାଦ୍ ଦେଇନି।

You might also like