ଦେଶର ୧୭୦ ଜିଲ୍ଲା କରୋନା ହଟସ୍ପଟ ଭାବେ ଚିହ୍ନଟ

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଷ୍ଟ୍ରାଟେଜି କରାଯାଇଛି।ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଶରେ ମୋଟ ୧୭୦ ଜିଲ୍ଲାକୁ କରୋନା ହଟସ୍ପଟ ଭାବେ ଚିହ୍ନଟ କରିଛି। ସେହିପରି ୨୦୭ଟି ଜିଲ୍ଲାକୁ ସମ୍ଭାବ୍ୟ ହଟସ୍ପଟ ତାଲିକାରେ ରଖାଯାଇଛି। ଅର୍ଥାତ ଏଠାରେ ସଂକ୍ରମିତ ଆଶଙ୍କା କମ ଓ ଏହା ଗ୍ରୀନ ଜୋନରେ ରହିଛି।

ହଟସ୍ପଟ ଜିଲ୍ଲାର ଅର୍ଥ ପ୍ରତିଦିନ ଏଠାରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ନନ୍‌ ହଟସ୍ପଟ ଜିଲ୍ଲାର ଅର୍ଥ, ଏଠାରେ କରୋନା ରୋଗୀ ଅଛନ୍ତି, ହେଲେ ଏମାନଙ୍କ ସଂଖ୍ୟା ବହୁତ କମ ଓ ନୂଆ ରୋଗୀ ବହୁତ କମ ସାମ୍ନାକୁ ଆସୁଛନ୍ତି।

କଣ୍ଟେନମେଣ୍ଟ ଜୋନରେ ଘରକୁ ଘର ସର୍ଭେ କରାଯାଇ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ। ସାମାନ୍ୟ ଲକ୍ଷଣ ଦେଖାଗଲେ ସାମ୍ପଲ ନିଆଯାଇ ଟେଷ୍ଟ କରାଯିବ। ସେହିପରି ଯେଉଁ ଜିଲ୍ଲାକୁ କରୋନା ବ୍ୟାପିନି, ତାକୁ ସଂକ୍ରମିତ ନ ହେବାକୁ ଉଦ୍ୟମ ହେବ। 

ଯେଉଁ ଜିଲ୍ଲା ଏପ୍ରିଲ ୨୦ ଭିତରେ ହଟସ୍ପଟ ନ ହେବ ସଂପୃକ୍ତ ଜିଲ୍ଲାରେ ଲକ୍ ଡାଉନ ଅନୁପାଳନ ହେବ ଏବଂ ସାମାଜିକ ଦୂରତ୍ୱ ରହିବା ସହ  କଟକଣାରେ ସାମାନ୍ୟ କୋହଳ ହେବ।

ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, ବୁଧବାର କ୍ୟାବିନେଟ ସଚିବ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ, ଡିଜିପି, ସ୍ୱାସ୍ଥ୍ୟ ସଚିବ, ଜିଲ୍ଲାପାଳ, ଏସପି, ପୌରପାଳିକା କମିଶନର ଓ ସିଏମଓମାନଙ୍କ ସହ ଭିଡିଓ କନଫରେନ୍ସିଂ କରିଛନ୍ତି। ଆଲୋଚନା ବେଳେ ହଟସ୍ପଟରେ କଣ୍ଟେନମେଣ୍ଟ ଷ୍ଟ୍ରାଟେଜି କେମିତି କାର୍ଯ୍ୟକାରୀ ହେଉଛି, ସେ ବିଷୟରେ ପଚାରି ବୁଝିଥିଲେ।

ସେହିପରି କଣ୍ଟାକ୍ଟ ଟ୍ରେସିଂକୁ ବ୍ୟାପକ କରାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସଚିବ ସୂଚନା ଦେଇଛନ୍ତି।ଦେଶରେ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସ୍ପଷ୍ଟ କହିଛନ୍ତି।

You might also like