ଝାଡୁ ନମାରିବାରୁ ଛାତ୍ରୀଙ୍କୁ ମାଡ଼ ମାରିଲେ ପ୍ରଧାନ ଶିକ୍ଷକ

ଫୁଲବାଣୀ: ବିଦ୍ୟାଳୟରେ ଝାଡୁ ନମାରିବାରୁ ଛାତ୍ରୀଙ୍କୁ ମାଡ଼ ମାରିଲେ ପ୍ରଧାନ ଶିକ୍ଷକ। କନ୍ଧମାଳ ଜିଲ୍ଲା କେ. ନୂଅାଗାଁ ବ୍ଲକ୍ ମହାସିଙ୍ଗ ନୋଡାଲ ୟୁପି ସ୍କୁଲ୍‌ର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅାସିଛି ଏଭଳି ସଙ୍ଗୀନ ଅଭିଯୋଗ। ପ୍ରଧାନଶିକ୍ଷକଙ୍କ ମାଡ଼ରେ ଅାହତ ୩ ଛାତ୍ରୀ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଅଭିଯୋଗ ଅନୁସାରେ, ବିଦ୍ୟାଳୟର ୩ ଜଣ ଛାତ୍ରୀଙ୍କୁ ଝାଡୁ ମାରିବାକୁ କହିଥିଲେ ସ୍କୁଲ୍‌ର ପ୍ରଧାନଶିକ୍ଷକ ହରିଶ ଚନ୍ଦ୍ର ସାହୁ। ତେବେ ଛାତ୍ରୀମାନେ ତାଙ୍କ କଥା ନମାନିବାରୁ ସେମାନଙ୍କୁ ଅମାନୁଷିକ ଭାବେ ମାଡ଼ ମରାଯାଇଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

You might also like