ମିଠା ମିଠା କଥା କହି ଠକିଦେଲେ ପୁଲିସ୍‌ ବାବୁ, ଦେଉ ନାହାନ୍ତି ଧରା ଛୁଆଁ

ଭୁବନେଶ୍ୱର: “ମୋତେ ସେ ମନ୍ଦିରରେ ବିବାହ କରିଥିଲେ। ମିଛ ପ୍ରତିଶ୍ରୁତି ଦେଇ ମୋ ଠାରୁ ଟଙ୍କା ନେଇଛନ୍ତି। ମୋତେ ବ୍ଲାକ୍‌ମେଲିଂ କରୁଛନ୍ତି ଓ ଠକୁଛନ୍ତି।” ଜଣେ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ।

ମିଠା ମିଠା କଥା କହି ମନ ମୋହିନେଲେ। ପ୍ରେମରେ ପଡ଼ିବା ପରେ ବିବାହର ପ୍ରତିଶ୍ରୁତି ଦେଇ ଛଳନା କଲେ।  ଆଉ ଏବେ ଧରା ଛୁଆଁ ଦେଉ ନାହାନ୍ତି। ବିବାହ ନାଁ ଧରିଲେ ନାନା ବାହାନା କରି ସମୟ ଗଡ଼ାଇ ଚାଲୁଛନ୍ତି। ଭୁବନେଶ୍ୱର ୧୨୩ ରିଜର୍ଭ ବାଟାଲିଅନର ଡିଏସ୍‌ପି ମନୋଜ କୁମାର ମହାକୁଡ଼ଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ସମ୍ପୃକ୍ତ ଯୁବତୀ।

ଯୁବତୀ ଜଣକ ଅଭିଯୋଗ ଅନୁଯାୟ, “ମୋତେ ସେ ମନ୍ଦିରରେ ବିବାହ କରିଥିଲେ। ମିଛ ପ୍ରତିଶ୍ରୁତି ଦେଇ ମୋ ଠାରୁ ଟଙ୍କା ନେଇଛନ୍ତି। ମୋତେ ବ୍ଲାକ୍‌ମେଲିଂ କରୁଛନ୍ତି ଓ ଠକୁଛନ୍ତି। ତାଙ୍କ(ସମ୍ପୃକ୍ତ ପୁଲିସ୍‌ ଅଧିକାରୀ) ଜୀବନରୁ ଦୂରେଇ ଯିବାପାଇଁ ତାଙ୍କ ଭାଇମାନେ ମୋତେ ଧମକାଉଛନ୍ତି।”

ଏ ନେଇ ଯୁବତୀ ଜଣକ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଛନ୍ତି। ବିବାହର ପ୍ରତିଶ୍ରୁତି ଦେଇ ସଂପୃକ୍ତ ଅଧିକାରୀ ତାଙ୍କୁ ଅସଦାଚରଣ କରିଥିବା ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି।

You might also like