ବେଅାଇନ ନିର୍ମାଣକୁ ବୈଧ କରିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ୍
ଭୁବନେଶ୍ୱର: ରାଜ୍ୟରେ ଥିବା ବିଭିନ୍ନ ବେଅାଇନ ନିର୍ମାଣକୁ ବୈଧ କରିବାକୁ ସରକାର ନେଇଥିବା ନିଷ୍ପତ୍ତି ଉପରେ ନଗର ଉନ୍ନୟନ ସଚିବ ଓ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ଏନେଇ ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି।
ପୂର୍ବରୁ ଏହି ମାମଲାରେ ହାଇକୋର୍ଟ ରାଜ୍ୟ ସରକାର ଓ ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଜବାବ ତଲବ କରିଥିଲେ। କେଉଁ ଅାଇନ ଅାଧାରରେ ସରକାର ବେଅାଇନ ନିର୍ମାଣକୁ ବୈଧ କରିବେ, ସେ ନେଇ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ସରକାରଙ୍କ ସର୍ବକ୍ଷମା ପ୍ରସ୍ତାବ ବିରୋଧରେ ହାଇକୋର୍ଟରେ ଅାଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।