ଆଜି ସାରା ଅଲ୍ଲୀ ଖାନ୍ଙ୍କ ଜନ୍ମଦିନ
ମୁମ୍ବାଇ: ଆଜି ହେଉଛି ସୈଫ୍ ଅଲ୍ଲୀ ଖାଁ ଓ ଅମୃତାସିଂହଙ୍କ କନ୍ୟା ସାରା ଅଲ୍ଲୀ ଖାନ୍ଙ୍କ ଜନ୍ମଦିନ। ସେ ତାଙ୍କ ପରିବାର ସହ ଜନ୍ମ ଦିନ ମନାଇଛନ୍ତି। ତାଙ୍କର ଫିଲ୍ମ ରିଲିଜ୍ ନ ହେଉଣୁ ସୋଶାଲ ମିଡିଆରେ ଏବେ ଲକ୍ଷ ଲକ୍ଷ ଫ୍ୟାନ୍ଙ୍କ ସେନ୍ସେସନ୍ ପାଲଟିଛନ୍ତି ସାରା ଅଲ୍ଲୀ ଖାନ୍।
ସୁଶାନ୍ତ ସିଂ ରାଜପୁତଙ୍କ ସହ ସାରାଙ୍କ ଫିଲ୍ମ ‘କେଦାରନାଥ’ ନଭେମ୍ବର ୧୮ରେ ରିଲିଜ୍ ହେବ। ସେହିପରି ଡିସମ୍ବର ୨୮ରେ ରିଲିଜ୍ ହେବାକୁ ଯାଉଛି ତାଙ୍କର ଦ୍ୱିତୀୟ ଫିଲ୍ମ ‘ସିମ୍ବା’ । ଏଥିରେ ରଣବୀର ସିଂଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ସାରା। ସିମ୍ବା ହେଉଛି ତେଲୁଗୁ ବ୍ଲକ୍ ବ୍ଲଷ୍ଟର ‘ଟେମ୍ପର’ର ରିମେକ୍ ଭର୍ସନ। ଏଥିରେ ରଣବୀର ପୁଲିସ ଭୂମିକାରେ ଅଭିନୟ କରିଛନ୍ତି।
‘କେଦାରନାଥ’ ଅଭିଷେକ କାପୁର ନିର୍ଦ୍ଦେଶିତ ଫିଲ୍ମ ହୋଇଥିବା ବେଳେ ‘ସିମ୍ବା’ ରୋହିତ ସେଟ୍ଟୀଙ୍କ ଫିଲ୍ମ। ଦୁଇ ଦୁଇଟି ବିଗ୍ ବଜେଟ୍ ଫିଲ୍ମ ଆସୁଥିବାରୁ ସୋହା ସୈଫ୍ ଲଳନା ସାରାଙ୍କ ଲୋକପ୍ରିୟତା ବି ସୋଶାଲ୍ ମିଡିଆରେ ସ୍କାଇ ରକେଟ୍ ହୋଇଛି। ସାରାଙ୍କର ବର୍ତ୍ତମାନ ସୁଦ୍ଧା କୌଣସି ଅଫିସିଆଲ୍ ସୋଶାଲ୍ ମିଡିଆ ଆକାଉଣ୍ଟ ନ ଥିବା ବେଳେ ତାଙ୍କ ନାଁରେ ୧୦୦ରୁ ଅଧିକ ନକଲି ଆକାଉଣ୍ଟ ରହିଛି। ସେଥି ମଧ୍ୟରୁ ଗୋଟିକରେ ପ୍ରାୟ ୨ ଲକ୍ଷ ଫଲୋର ରହିଛନ୍ତି। କେବଳ ସେତିକି ନୁହେଁ ସାରାଙ୍କ ଫ୍ୟାନ୍ କ୍ଲବ୍ ନାଁରେ ଏକ ଡଜନ୍ରୁ ଅଧିକ ଆକାଉଣ୍ଟ ରହିଛି।
ସାରାଙ୍କ ଜନ୍ମ ଦିନ ଅବସରରେ ଟ୍ୱିଟରରେ # saraAliKhanOnSocialMedia ଏକ ଜବରଦସ୍ତ ଟ୍ରେଣ୍ଡ୍ ହୋଇଛି ଯେଉଁଥିରେ ଫ୍ୟାନ୍ମାନେ ତାଙ୍କୁ ସୋଶାଲ ମିଡିଆରେ ଏଣ୍ଟ୍ରି କରିବାକୁ ଅନୁରୋଧ କରିଛନ୍ତି। ଫ୍ୟାନ୍ମାନଙ୍କ କହିବା କଥା ସାରା ଏଣ୍ଟ୍ରି କରିବା ମାତ୍ରେ ନକଲି ଆକାଉଣ୍ଟଗୁଡ଼ିକ ବନ୍ଦ ହୋଇଥଯିବ। ତେବେ ସାରା କେବେ ସୋଶାଲ୍ ମିଡିଆରେ ଏଣ୍ଟ୍ରି କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
Shhh! Sara will join social media tomorrow it’s birthday special gift for Fan’s #SaraAliKhanOnSocialMedia pic.twitter.com/rBjEQivDzY
— लंकेश दशानन (@Lankeshwar_) 11 August 2018
This paid trend #SaraAliKhanOnSocialMedia is so embarrassing. pic.twitter.com/nagvrrMVJT
— Od (@odshek) 11 August 2018