ନାଲକୋ ପ୍ଲାଣ୍ଟର ବିକାଶ ଲାଗି ଆରମ୍ଭ ହେଲା ବଡ ପ୍ରୟାସ
ଅନୁଗୁଳୁ: ଖୁବଶୀଘ୍ର ନାଲକୋ ପ୍ଲାଣ୍ଟର ହେବ ବିକାଶ। ଏହାରି ମଧ୍ୟରେ ଅନୁଗୁଳ ନାଲ୍କୋ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ପତ୍ର ଲେଖି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନାଲକୋ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ .୪୬ ମିଲିୟନ ଟନରୁ ୧ ମିଲିୟନ ଟନ୍ ବୃଦ୍ଧି କରିବାକୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ। ସେହିପରି ଅନୁଗୁଳ ଜିଲ୍ଲାର ବ୍ରାଉନଫିଲ୍ଡ ସଂପ୍ରସାରଣ ପ୍ରକଳ୍ପ ପାଇଁ ଫିଡର କ୍ୟାପ୍ଟିଭ୍ ପାଓ୍ୱାର ପ୍ଲାଣ୍ଟ ଆରମ୍ଭ କରିବାକୁ କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।
ଏହାଦ୍ୱାରା ସେଲଟର ୟୁନିଟ୍ ଏବଂ କୋଇଲା ବ୍ଲକ୍ ଲଜିଷ୍ଟିକ୍ ଦକ୍ଷତା ଦ୍ୱାରା ଉପକୃତ ହେବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ନାଲ୍କୋ ଆରମ୍ଭ କରୁଥିବା ବ୍ରାଉନଫିଲ୍ଡ ସଂପ୍ରସାରଣ ପ୍ରକଳ୍ପର ମୂଲ୍ୟ ରହିଛି ୨୨ ହଜାର କୋଟି ଟଙ୍କା। ଅନୁଗୁଳରେ ନାଲକୋ ଦ୍ୱାରା ଆଲୁମିନିୟମ ସେଲଟର ପ୍ଲାଣ୍ଟ ପାଇଁ ବ୍ରାଉନଫିଲ୍ଡ ସଂପ୍ରସାରଣ ପ୍ରକଳ୍ପ କାମ ଆରମ୍ଭ ହୋଇଛି।
ପଟାଙ୍ଗୀ ଖଣି କାର୍ଯ୍ୟକ୍ଷମ ପରେ ନାଲକୋର ବକ୍ସାଇଟ୍ ଉତ୍ପାଦନ କ୍ଷମତା ବାର୍ଷିକ ୧୦.୫ ମିଲିୟନ ଟନକୁ ବୃଦ୍ଧି ପାଇବ। ଏହା ମଧ୍ୟରୁ ଆଲୁମିନାର ବାର୍ଷିକ କ୍ଷମତା ୩ .୧ ମିଲିୟନ ଟନ୍ ଧାରଣା କରିଥିଲା। ଏବେ ଏହି ଆଲୁମିନାରୁ ବାର୍ଷିକ ୧ ଦଶମିକ ୫ ମିଲିୟନ ଟନ୍ ଆଲୁମିନିୟମ ଉତ୍ପାଦନ ହେବାର ସମ୍ଭାବନା ରହିଥିବା ଜଣାଯାଇଛି ।