ସୁପ୍ରିମକେ।ର୍ଟଙ୍କ ବଡ଼ ନିଷ୍ପତ୍ତି ! ଚାକିରି ଶେଷ ହେଲେ ତୁରନ୍ତ ବାସଭବନ ଛାଡ଼, ଆଉ ବକେୟା ଅର୍ଥରାଶି ପଇଠ କର, ନହେଲେ ମିଳିବନି ଗ୍ରାଚ୍ୟୁଟି ଟଙ୍କା

ଚାକିରିରୁ ଅବସର ପରେ କମଚାରୀଙ୍କୁ ସରକାରୀ ବାସଭବନ ମନା, ବଳପୂର୍ବକ କବଜା କଲେ ମିଳିବନି ଗ୍ରାଚ୍ୟୁଟି, ଜେ।ରିମାନା ସହ ଆଦାୟ କରାଯିବ ଭଡ଼ା

ଚାକିରି ଶେଷ ହେଲେ ବାସଭବନ ଛାଡ଼, ଆଉ ବକେୟା ଅର୍ଥରାଶି ତୁରନ୍ତ ପଇଠ କର ।  ଆଉ କ୍ଷମତାର ଅପବ୍ୟବହାର କରିପାରିବେ ନାହିଁ ସରକାରୀ କିମ୍ବା ବେସରକାରୀ କର୍ମଚାରୀ । ଅବସର ପରେ ସରକାରୀ କିମ୍ବା କମ୍ପାନୀ ପକ୍ଷରୁ ଦିଆଯାଇଥିବା ବାସଭବନରେ ରହିବା ଦଣ୍ଡନୀୟ ଅପରାଧ ।  ନିୟମ ନମାନି ନିର୍ଦ୍ଧାରିତ ସମୟରୁ ଅଧିକ ଦିନ ସରକାରୀ ବାସଭବନକୁ ବଳପୂର୍ବକ କବଜା କଲେ, ଜେ।ରିମାନା ସହ ଭଡ଼ା ଆଦାୟ କରାଯିବ ବେ।ଲି ସ୍ପଷ୍ଟ କରିଛନ୍ତି ସର୍ବେ।ଚ୍ଚ ନ୍ୟାୟାଳୟ । କେବଳ ଏତିକି ନୁହଁ କର୍ମଚାରୀଙ୍କ ଗ୍ରାଚ୍ୟୁଟି ଟଙ୍କାକୁ ନେଇ ମଧ୍ୟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକେ।ର୍ଟ । ଯଦି କୌଣସି କମଚାରୀଙ୍କ ଉପରେ ଅର୍ଥ ବାକି ରହିଛି, ତେବେ ତାଙ୍କ ଗ୍ରାଚ୍ୟୁଟି ଟଙ୍କା ଉପରେ ରେ।କୁ ଲଗାଯିବ ଆଉ ସମୟ ପଡ଼ିଲେ ଜବତ ମଧ୍ୟ କରାଯାଇପାରିବ । କର୍ମଚାରୀଙ୍କୁ ସହମତି ବିନା ହିଁ ତାଙ୍କ ଗ୍ରାଚ୍ୟୁଟି ଟଙ୍କା କଟାଯାଇପାରିବ । ଏନେଇ ନ୍ୟାୟମୂର୍ତ୍ତି ସଞ୍ଜୟ କେ କୋଲଙ୍କ ଅଧ୍ୟକ୍ଷତାରେ ଶନିବାର ସୁପ୍ରିମକେ।ର୍ଟ ଶୁଣାଣି କରି କହିଛନ୍ତି ।

ପୁରୁଣା କର୍ମଚାରୀ ବାସଭବନ ନଛାଡ଼ିବା ଯେ।ଗଁ ନୂଆ କର୍ମଚାରୀଙ୍କୁ କ୍ୱାଟର ମିଳିପାରୁନାହିଁ, ଆଉ  ସେମାନେ ନାହିଁନଥିବା ଅସୁବିଧା ଭେ।ଗୁଛନ୍ତି । ବାରମ୍ବାର ତାଗିଦା ସତ୍ୱେ ଏ କାନରେ ପୂରାଇ ସେ କାନରେ ବାହାର କରିଦେଉଛନ୍ତି ଅବସରପ୍ରାପ୍ତ କର୍ମଚାରୀ । ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ଼୍ (ସେଲ୍) ଦ୍ୱାରା ଜଣେ କର୍ମଚାରୀଙ୍କ ସହ ଜଡ଼ିତ ମାମଲାର ଆଗୁଆ ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକେ।ର୍ଟ । ଏହି ନିଷ୍ପତ୍ତି ସର୍ବଚ୍ଚ ନ୍ୟାୟାଳଙ୍କ ପୂର୍ବ ଖଣ୍ଡପୀଠ ଦ୍ୱାରା ଶଣାଇଥିବା ନିଷ୍ପତ୍ତିକୁ ସିଧାସଳଖ ରୂପେ ବିରେ।ଧ କରୁଛି ।

ନୂଆ ନିର୍ଦ୍ଦେଶ ଅନୁସାରେ, ଶୁଣାଣି କରୁଥିବା ଖଣ୍ଡପୀଠ କହିଛନ୍ତି, ଯଦି କୌଣସି କର୍ମଚାରୀ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ କମ୍ପାନୀ ଦ୍ରାୱ ପ୍ରଦାନ କରାଯାଇଥିବା ବାସଭବନକୁ ନିଜ କବଜାରେ ରଖନ୍ତି, ତାଙ୍କ ଠାରୁ ଜେ।ରିମାନା ଅସୁଲ କରାଯିବା ସହ ଭଡ଼ା ମଧ୍ୟ ଆଦାୟ କରାଯିବ ।

 

୨୦୧୭ରେ ଏକ ଡିଭିଜନ୍ ବେଞ୍ଚ, ଜଣେ କର୍ମଚାରୀଙ୍କ ଅବସର ପରେ କ୍ୱାଟରରେ ରହିବା କାରଣରୁ ଗ୍ରାଚ୍ୟୁଟି ଜବତକୁ ବିରେ।ଧରେ ନିଷ୍ପତ୍ତି ଶୁଣାଇଥିଲେ । କୋର୍ଟ ଉକ୍ତ କର୍ମଚାରୀଙ୍କ ଗ୍ରାଚ୍ୟୁଟି ତୁରନ୍ତ ଜାରି କରିବାକୁ କହିବା ସହ ସାଧାରଣ ଭଡା ନେବାକୁ କହିଥିଲେ ।  କେବଳ ଏତିକି ନୁହେଁ ବିନା ଜେ।ରିମାନାରେ ମଧ୍ୟ ତାଙ୍କର ଭଡ଼ା ରଖାଯାଇଥିଲା । ହେଲେ ବର୍ତ୍ତମାନ ଶୀର୍ଷ ଅଦାଲତଙ୍କ ତିନି ନ୍ୟାୟାଧୀଷଙ୍କ ଖଣ୍ଡପୀଠ ୨୦୧୭ ଆଦେଶରେ ପରିବର୍ତ୍ତନ କରି ନୂଆ ନିଷ୍ପତ୍ତି ନେଇଛନ୍ତି । ୨୦୧୭ର ଆଦେଶକୁ ଏକ ଉଦାହରଣ ଭାବେ ଦେଖାଯାଇପାରିବ ନାହିଁ ବେ।ଲି ସ୍ପଷ୍ଟ କରିଛନ୍ତି ଶୀର୍ଷ ଅଦାଲତ । କାରଣ ୨୦୦୫ରେ ସମାନ ଘଟଣାକୁ ନେଇ ଚାକିରୀ ସରିବା ପରେ ସରକାରୀ ବାସଭବନକୁ କବଜା କରିଥିବା ଜଣେ କର୍ମଚାରୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା ।

ଏବେ ଯେଉଁ ମାମଲା ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି ତାହା ଝାଡଖଣ୍ଡ ହାଇକୋର୍ଟଙ୍କ ଏକ ଆଦେଶ ପରେ ସୃଷ୍ଟି ହୋଇଥିଲା । ଯେଉଁଥିରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଜଣେ କର୍ମଚାରୀଙ୍କ ଉପରେ ୧.୯୫ ଲକ୍ଷ ଜରିମାନା ଲଗାଇଥିଲେ । କର୍ମଚାରୀଜଣଙ୍କ ୨୦୧୬ରେ  ଅବସର ନେବା ପରେ ବି ସରକାରୀ ବାସଭବନରେ ରହୁଥିଲେ ଓ ବକେୟା ଅର୍ଥ ପଇଠ କରିନଥିଲେ । ଆଉ ସେତେବେଳେ ଝାଡ଼ଖଣ୍ଡ ହାଇକେ।ର୍ଟ ସୁପ୍ରିମକେ।ର୍ଟଙ୍କ ୨୦୧୭  ବର୍ଷ ନିର୍ଦ୍ଦେଶ ଉପରେ ଭରସା କରି, ସେଲ କର୍ମଚାରୀଙ୍କୁ ତୁରନ୍ତ ଗ୍ରାଚ୍ୟୁଟି ଟଙ୍କା ଜାରି କରିଥିଲେ ଏବଂ ସେଲ ବିନା ଜେ।ରିମାନାରେ ଭଡ଼ା ନେଇ ମାମଲାର ରଖାଦଖା କରିଥିଲେ ।

କିନ୍ତୁ ବର୍ତ୍ତମାନ ନୂଆ ଆଦେଶ ମୁତାବକ ସ୍ଥିତି ବଦଳିସାରିଛି ଓ ସୁପ୍ରିମକେ।ର୍ଟ ଏନେଇ ଭିନ୍ନ ମତ ପ୍ରକାଶ କରି ଶୁଣାଣି କରିଛନ୍ତି । ତେଣୁ ବର୍ତ୍ତମାନ ସମୟରେ ଚାକିରି ଶେଷ ହେବା କ୍ଷଣି ହିଁ ବକେୟା ଅର୍ଥ ପଇଠ କରିବା ସହ ତୁରନ୍ତ ଘର ଛାଡ଼ିବା ଜରୁରୀ ।

 

 

 

 

 

You might also like