ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା

ସମ୍ବଲପୁର: ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ଦେଖାଦେଇଛି। ଆଜି ସୁଦ୍ଧା ହୀରାକୁଦ ଡ୍ୟାମ୍‌ର ୨୫ଟି ଗେଟ୍ ଖୋଲାଯିବାକୁ ଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି। ଏନେଇ ମହାନଦୀ ଅବବାହିକା ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଆଲର୍ଟ ଜାରି କରିଛନ୍ତି।

୨୫ ଗେଟ୍‌ରେ ହୀରାକୁଦରୁ ୪ ଲକ୍ଷ କ୍ୟୁସେକ୍ ଜଳ ଛଡ଼ାଯିବ। ଆବଶ୍ୟକ ହେଲେ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ୩୦ତାରିଖ ସକାଳ ସୁଦ୍ଧା ଏହା ବୃଦ୍ଧି ପାଇ ୮ ଲକ୍ଷ କ୍ୟୁସେକ୍‌ରେ ପହଞ୍ଚିବ। ହୀରାକୁଦରେ ବର୍ତ୍ତମାନ ୨୦ଟି ଗେଟ୍ ଖୋଲାଯାଇଛି।

You might also like