ସଚିବଙ୍କ ଜିଲ୍ଲା ଗସ୍ତ ଖାଲି ନାଟକ..ଅନ୍ନପୂର୍ଣ୍ଣା ଥିଏଟର
ଭୁବନେଶ୍ୱର: ସଚିବମାନେ ଘନ ଘନ ଜିଲ୍ଲାଗସ୍ତ କରୁଛନ୍ତି, ଡାକ୍ତରଖାନା ବୁଲୁଛନ୍ତି ! ନବୀନ ବାବୁଙ୍କ ମନ୍ତ୍ରୀମାନେ କୁଆଡେ ଗଲେ ? ସଚିବମାନେ କ’ଣ ମନ୍ତ୍ରୀଙ୍କ ଉପରେ ? 5 T ସଚିବ ଭି.କେ.ପାଣ୍ଡିଆନଙ୍କ ଡାକ୍ତରଖାନା ପରିଦର୍ଶନକୁ ଦେଖି ଏମିତି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।
କାହିଁ ଆଗରୁ ତ ସଚିବମାନେ ଏମିତି ଗସ୍ତରେ ଯାଉ ନ ଥିଲେ ? ଆଗରୁ କିଛି କରୁନଥିଲେ ବୋଧହୁଏ ! ନବୀନ ବାବୁଙ୍କ ଶାସନର ୨୦ ବର୍ଷ ହୋଇଗଲାଣି, ଫାଇଭ-T କରିପାରିଲେନି ? ୨୦ ବର୍ଷ ଯାଏ କ’ଣ କରୁଥିଲେ ?
ଖାଲି ଗୋଟେ ପତିଆରା ବଢ଼ାଇବା ଲାଗି ସଚିବମାନେ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି। ଏସବୁ କେବଳ ଡ୍ରାମା। ଅନ୍ନପୂର୍ଣ୍ଣା ଥିଏଟର। ଗଣମାଧ୍ୟମ ଆଗରେ ଏମିତି କହି ସଚିବ ମୋ ସରକାର କାର୍ଯ୍ୟକ୍ରମର ତଦାରଖକୁ ପ୍ରଶ୍ନ କରିଛନ୍ତି ସୁର।