କୃଷକ ସଂଗଠନ ଠାରୁ ପୁଣି ସମୟ ମାଗିଲେ ସରକାର; ୯କୁ ଘୁଞ୍ଚିଲା ବୈଠକ

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମତଭେଦ ଜାରି ରହିଛି। ଆଜି ପଞ୍ଚମପାଳି ବୈଠକରେ ବି କୌଣସି ନିଷ୍ପର୍ସ ବାହାରିପାରି ନାହିଁ। ଆଜିର ବୈଠକର କୃଷି ଆଇନ୍‌ ରଦ୍ଦ ନେଇ ଚାଷୀ ଅଡ଼ି ବସିଥିବା ବେଳେ ସରକାର ବି ଆଇନ୍‌ ରଦ୍ଦ କରିବାକୁ ଅମଙ୍ଗ ହୋଇଥିଲେ। ଫଳରେ ୫ମ ପାଳି ବୈଠକରେ ସରକାର ଓ ଚାଷୀଙ୍କ ଆଲୋଚନାରେ କୌଣସି ପରିଣାମ ବାହାରିପାରି ନାହିଁ। ସରକାର ପୁଣି ସମୟ ମାଗିବା ସହିତ ପରବର୍ତ୍ତି ଆଲୋଚନା ଡିସେମ୍ବର ୯ ତାରିଖକୁ ନିର୍ଦ୍ଧାରିତ କରାଯାଇଛି। ୯ ତାରିଖ ସକାଳ ୧୧ଟାରୁ ପୁଣି ଚାଷୀ ଓ ସରକାରଙ୍କ ବୈଠକ ବସିବ।

ପଞ୍ଚମପାଳି ବୈଠକ ଶେଷ ହେବା ପରେ ଡିସେମ୍ବର ୯ ତାରିଖକୁ ପୁଣି ଏକ ବୈଠକ ହେବ ବୋଲି କୃଷକ ସଂଘ ପ୍ରତିନିଧୀମାନେ ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି ଯେ ସରକାର ଆମକୁ ଏନେଇ ଏକ ପ୍ରସ୍ତାବ ପଠାଇବେ। ଏହି ପ୍ରସ୍ତାବ ଉପରେ ଚାଷୀ ସଂଗଠନ ଚର୍ଚ୍ଚା କରିବ। ଏହାପରେ ସରକାରଙ୍କ ସହିତ ବୈଠକ ହେବ। ଅନ୍ୟପଟେ କୃଷକ ନେତା ବୁଟା ସିଂହ କହିଛନ୍ତି ଯେ କୃଷକ ଆଇନ୍ ରଦ୍ଦ କରିକି ରହିବୁ। ଏହାଠାରୁ କୌଣସି କମ୍‌ ପ୍ରସ୍ତାବରେ ଆମେ ରାଜି ହେବୁନାହିଁ ବୋଲି ସେ ସୂଚନା ଦେଇଛନ୍ତି।

ତୃତୀୟ ପର୍ଯ୍ୟାୟ ବୈଠକରେ ଚାଷୀ ସଂଗଠନ ସରକାରଙ୍କ ସହିତ କୌଣସି ଆଲୋଚନା କରିବାକୁ ମନା କରିଦେଇଥିଲା। କେବଳ ଲିଖିତ ପ୍ରତିଶ୍ରୁତି ଚାହିଁଥିଲା।

You might also like