କମିଲା ସୁନା ଦର

ନୂଆଦିଲ୍ଲୀ: ଲଗାତାର ୩ ଦିନ ଧରି ବଢୁଥିଲା ସୁନା ଦର। ଆଜି ସୁନା ଦରରେ ହ୍ରାସ ଘଟିଥିବାରୁ ଗ୍ରାହକଙ୍କୁ ମିଳିଛି ଆଶ୍ୱସ୍ତି। ଆଜି ଦି ମଲ୍ଟି କମୋଡିଟି ଏକ୍ସଚେଞ୍ଜ(ଏମସିଏକ୍ସ) ଅନୁସାରେ ସୁନା ଦର ୦.୨ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମକୁ ୪୯ ହଜାର ୨୦୯ ଟଙ୍କା ରହିଛି। ସେହିପରି ରୁପା ୩ ପ୍ରତିଶତ ବଢ଼ି କିଲୋଗ୍ରାମ ପ୍ରତି ୬୩ ହଜାର ୮୪୮ ଟଙ୍କା ରହିଛି। ବିଶେଷଜ୍ଞଙ୍କ କହିବାନୁସାରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁଁ ୩ ଦିନ ଧରି ସୁନା ଦର ବଢୁଥିଲା। ଏବେ ଘରୋଇ ବଜାରରେ ସୁନା ଦର ୧୦ ଗ୍ରାମ ପ୍ରତି ୪୮ହଜାରରୁ ୫୦,୨୫୦ ରହିଛି।

ଜାଣନ୍ତୁ କେଉଁ ସହରରେ କେତେ ସୁନା ଦର ?

  • ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୫୧,୧୪୦
  • ଫରିଦାବାଦରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୫୧ ହଜାର ୩୦
  • ଲକ୍ଷ୍ନୌରେ ୨୨ କ୍ୟାରେଟ୍ ସୁନାକୁ ୪୮,୨୫୦ ଏବଂ ୨୪ କ୍ୟାରେଟକୁ ୫୨,୬୩୦
  • ପାଟନାରେ ୨୨ କ୍ୟାରେଟ୍ ସୁନାକୁ ୪୮,୩୩୦ ଏବଂ ୨୪ କ୍ୟାରେଟକୁ ୪୯,୩୩୦

ଗତ ଅଗଷ୍ଚରେ ଘରୋଇ ସୁନା କାରବାର ଉଚ୍ଚରେ ଥିଲା । ୧୦ ଗ୍ରାମ ପ୍ରତି ୫୬ ହଜାର ୨୦୦ ଟଙ୍କା ଥିଲା। ତେବେ ମହାମାରୀ କରୋନା ପାଇଁ ଏବେ ସୁନା ଦରରେ କିଛିଟା ହ୍ରାସ ହୋଇଥିବା ବାଣିଜ୍ୟ ମନ୍ତ୍ରାଳୟ ଆକଳନ କରୁଛି।

You might also like