ପ୍ରେମିକ ଆତ୍ମହତ୍ୟା କରିଥିଲେ, ଚାରି ଦିନ ପରେ ପ୍ରେମିକା ବି ସେୟା କଲା

କଟକ: ଶପିଂ ମଲ୍‌ରେ ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ। ଆଜି ଏମିତି ଏକ ହୃଦୟବିଦାରକ ଘଟଣା କଟକରେ ଘଟିଛି। କମିଶନରେଟ୍‌ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଭଗତପୁର ଯୁବତୀ ଜଣକ କଟକ ବଜ୍ରକବାଟି ରୋଡ ସ୍ଥିତ ଏକ ଶପିଂ ମଲ୍‌ରେ କାମ କରନ୍ତି। ଆଜି ଅପରାହ୍ନ ୩ଟା ବେଳେ ମଲ୍‌କୁ ଆସିଥିଲେ। ସମସ୍ତଙ୍କ ସହିତ କଥାବାର୍ତ୍ତା ମଧ୍ୟ ହୋଇଥିଲେ। ପରେ ଶପିଂ ମଲ୍‌ରେ ଥିବା ଷ୍ଟୋର ରୁମରେ କେହି ନଥିବାର ସୁଯୋଗ ନେଇ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ପୁଲିସ ସୂଚନା ଅନୁଯାୟୀ, ମୃତ ଯୁବତୀଙ୍କ ପ୍ରେମିକ ୪ ଦିନ ତଳେ ଆତ୍ମହତ୍ୟା କରିଥିଲେ। ପ୍ରେମିକଙ୍କ ମୃତ୍ୟୁ ପରେ ଯୁବତୀ ଜଣକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

You might also like