କରୋନା ଚିନ୍ତାରେ ଏମିତି ଚରମ ନିଷ୍ପତ୍ତି ନେଲେ ଜର୍ମାନ ମନ୍ତ୍ରୀ
ଫ୍ରାଙ୍କଫୁର୍ଟ: ଜର୍ମାନୀର ହେସେ ଷ୍ଟେଟର ଅର୍ଥମନ୍ତ୍ରୀ ଥୋମାସ୍ ସ୍କାଇଫର୍ ଆତ୍ମହତ୍ୟା କରିଛନ୍ତି। କରୋନା ଭାଇରସ୍ କାରଣରୁ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି। ଯାହାକୁ ନେଇ ସେ ଚିନ୍ତାରେ ଥିଲେ। ଏହି କାରଣରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।
54 ବର୍ଷୀୟ ଥୋମାସ୍ଙ୍କ ମୃତଦେହ ଶନିବାର ଦିନ ଏକ ରେଲୱେ ଟ୍ରାକ୍ ନିକଟରୁ ମିଳିଥିଲା। ସେ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ହେଁ ଏଯାଏ ସ୍ପଷ୍ଟ ହୋଇପାରିନି।
ସୂଚନାଯୋଗ୍ୟ ଯେ, ଜର୍ମାନୀର ଆର୍ଥିକ ରାଜଧାନୀ ଫ୍ରାଙ୍କଫୁର୍ଟ ଏହି ରାଜ୍ୟ ଅଧୀନରେ ଆସୁଛି। ଏଠାରେ ବହୁ ବଡ଼ ବଡ଼ ବ୍ୟାଙ୍କର ମୁଖ୍ୟାଳୟ ରହିଛି। ଏପରିକି ୟୁରୋପିଆନ୍ ସେଣ୍ଟ୍ରାଲ ବ୍ୟାଙ୍କର କାର୍ଯ୍ୟାଳୟ ମଧ୍ୟ ଏହି ସହରରେ ରହିଛି।