ଶୋଇଥିବା ବେଳେ ଫାଟିଗଲା ଗ୍ୟାସ୍‌ ସିଲିଣ୍ଡର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ରସାଳପୁର ଗାଁରେ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଫାଟି ୪ଜଣ ଗୁରୁତର ହୋଇପଡ଼ିଛନ୍ତି। ୨ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୨ଗୁରତରଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। କଟକ ସ୍ଥାନାନ୍ତର ହୋଇଥିବା ୨ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି।

ଗତକାଲି ବିଳମ୍ବିତ ରାତିରେ ରସାଳପୁର ଗାଁର ଏକ ପରିବାରର ସଦସ୍ୟମାନେ ଶୋଇଥିବା ବେଳେ କୌଣସି କାରଣରୁ ଗ୍ୟାସ୍‌ ସିଲିଣ୍ଡରଟି ଫାଟି ଯାଇଥିଲା। ନିଆଁ ଲାଗି ଚାଳ ଘର ଜଳିଯିବା ସହ ଘର ଭିତରେ ଥିବା ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା।

ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଘର ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲା।

You might also like