ଗଞ୍ଜାମରେ ଏନ୍‌କାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ପାତ୍ର ଅାହତ

ବ୍ରହ୍ମପୁର : ଗଞ୍ଜାମରେ ପୁଣି ଏନ୍‌କାଉଣ୍ଟର । ପୋଲସରା କାକୁଡିଆଇ  ଜଙ୍ଗଲରେ ପୋଲିସର ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ପାତ୍ର ଅାହତ ହୋଇଛି ।

ବୁଚିର ୨ଟି ଗୋଡ଼ରେ ଗୁଳି ବାଜିବାରୁ ସେ ଅାହତ ହୋଇଛି  । ଚିକିତ୍ସା ନିମନ୍ତେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି  । ତା’ଠାରୁ ଗୋଟିଏ ମାଉଜର, ୨ ଅଫୁଟା ଗୁଳି ଓ ବାଇକ୍ ଅାଦି ଜବତ କରାଯାଇଛି  । ବୁଚି ନାଁରେ ବିଭିନ୍ନ ଥାନାରେ ୩୦ରୁ ଅଧିକ ମାମଲା ରହିଥିବା ନେଇ ସୂଚନା ମିଳିଛି ।