ଛତ୍ରପୁର NAC ୭ ଦିନ ସଟ୍‌ଡାଉନ୍

ଛତ୍ରପୁର: ଆସନ୍ତାକାଲିଠୁ ୭ ଦିନ ପାଇଁ ଗଞ୍ଜାମ ଜିଲ୍ଲା ଛତ୍ରପୁର NAC ଅଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ମୁକାବିଲା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

ଜୁନ୍‌ ୩୦ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା ହୋଇଛି। ଏହି ୭ ଦିନ କେବଳ ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ ସବୁ ବନ୍ଦ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ସଟ୍‌ଡାଉନ୍ ଘୋଷଣା ହେବା ପରେ ବଜାରରେ ହଠାତ୍‌ ଲୋକଙ୍କ ଭିଡ଼ ବଢ଼ି ଯାଇଛିି। ୭ ଦିନ ପାଇଁ ବଜାର ବନ୍ଦ ରହିବାକୁ ଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ପନି ପରିବା କିଣିବା ଲାଗି ବଜାରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି।

ଗଞ୍ଜାମ ଜିଲ୍ଲାରେ ଯେଉଁଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ତାକୁ ନେଇ ଏବେ ଚିନ୍ତା ବଢ଼ିଛି।  ଜିଲ୍ଲାରେ ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି।

ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗଞ୍ଜାମରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୬୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୪୬୩ଜଣ ଚିକିତ୍ସାଧୀନ ଥିବାବେଳେ ୮୯୨ଜଣ ସୁସ୍ଥ ହୋଇଛନ୍ତି। ୧୨ଜଣଙ୍କ ମୃତ୍ୟୁ ଘଟିଛି।

ଆହୁରି ମଧ୍ୟ ପଢ଼ନ୍ତୁ: ‘ଘରଠୁ ୧ କି.ମି.ରୁ ଅଧିକ ଦୂରକୁ ଯାତ୍ରା କରନ୍ତୁ ନାହିଁ’

ଆହୁରି ପଢ଼ନ୍ତୁ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

You might also like