ସାମନାକୁ ଆସିଲା ନିଶା ବେପାରୀଙ୍କ ନୂଆ କାରସାଦି

ଭୁବନେଶ୍ୱର: ଗଞ୍ଜେଇ ଚୋରା ଚାଲାଣରେ ଦିନକୁଦିନ ନୂଆ ନୂଆ ତରିକା ଦେଖିବାକୁ ମିଳୁଛି। ପୋଲିସ୍ ଡାଳେ ଡାଳେ ଗଲେ, ଅପରାଧୀ ପତ୍ରେ ପତ୍ରେ ଯାଉଛନ୍ତି। ଆଖିରେ ଧୂଳି ଦେଇ ଖସିଯିବାକୁ ଏକରୁ ବଳି ଆରେକ ଅଭିନବ ଉଦ୍ୟମ କରାଯାଉଛି। ନିଶା ବେପାରୀଙ୍କ ନୂଆ ନୂଆ କାର୍ସାଦି ବାରମ୍ବାର ସାମ୍ନାକୁ ଆସୁଛି।

ଗତରାତିରେ କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ଚାଟୁଆ ଅଞ୍ଚଳରୁ ଏକ ଡିଜେଲ୍ ଟ୍ୟାଙ୍କର୍‌କୁ ନନ୍ଦପୁର ପୋଲିସ ଧରିଛି। ଏଥିରୁ ପ୍ରାୟ ୬୦୦ କିଲୋ ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ। ଏହି ଗଞ୍ଜେଇକୁ ଲୁଚାଇ କୋଲକାତା ନେଉଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍‌।

ସେପ୍ଟେମ୍ବର ୧୪ରେ ମଧ୍ୟ ସମାନ ଢଙ୍ଗରେ ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ରାୟଗଡ଼ା ପରିବହନ ବିଭାଗ ଧରିଥିଲା। ତେବେ ଇଏ ପ୍ରଥମ ଘଟଣା ନୁହେଁ।

ସେପ୍ଟେମ୍ବର ୧୮ ଭୁବନେଶ୍ୱରର ଭରତପୁର ଅଞ୍ଚଳରୁ ପ୍ରାୟ ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିଥିଲା। ତେବେ ଚଢ଼ଉ କରିଥିବା ଟିମ୍‌କୁ ଚୋରା ଚାଲାଣର ତରିକା ଆଶ୍ଚର୍ଯ୍ୟ କରିଥିଲା।

ବୋଲେରୋର ସିଟ୍ ତଳେ ସିକ୍ରେଟ୍ ଚ୍ୟାମ୍ବର କରି ସେଠାରେ ଗଞ୍ଜେଇ ପ୍ୟାକେଟ୍ ରଖାଯାଇଥିଲା ଏବଂ କେହି ଯେପରି ଧରି ନ ପରିବେ, ସେଥିପାଇଁ ଗୋଟିଏ ବୋଲେରୋରେ ୧୬ଟି ଜାଲ୍ ନମ୍ବର ପ୍ଲେଟ୍ ବାରମ୍ବାର ବଦଳା ଯାଉଥିଲା। ଏହି ଗଞ୍ଜେଇ କନ୍ଧମାଳରୁ ଭୁବନେଶ୍ୱର ଦେଇ ବିହାର ଓ ଉତ୍ତର ପ୍ରଦେଶକୁ ଯାଉଥିଲା। ସେପ୍ଟେମ୍ବର ୨୧ରେ ମଧ୍ୟ ଭୁବନେଶ୍ୱରରେ ଏକ କାର୍ ଭିତର ସିକ୍ରେଟ୍ ଚ୍ୟାମ୍ବରରୁ ଗଞ୍ଜେଇ ଜବତ ହୋଇଥିଲା।

ଅକ୍ଟୋବର ୩ ଟ୍ରକ୍‌ରେ ନଡ଼ିଆ କତା ଭିତରେ ୭ କୁଇଣ୍ଟାଲ ଗଞ୍ଜେଇ ଚୋରାଚାଲାଣ କରୁଥିବା ଟ୍ରକ୍‌କୁ ଭୁବନେଶ୍ୱର-ଖୋର୍ଦ୍ଧା ରୋଡ୍ ଗୋଡ଼ିପଡ଼ା ଟୋଲ୍‌ଗେଟ ନିକଟରୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ- (NCB) ଜବତ କରିଥିଲା। ଏହି ୫୦ ଲକ୍ଷ ଟଙ୍କାର ନିଶା ସାମଗ୍ରୀ ଆନ୍ଧ୍ରରୁ ଭୁବନେଶ୍ୱର ଦେଇ ବାଲେଶ୍ୱର ଯାଉଥିଲା।

ଏହି ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ସେହିଦିନ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ କୁଣ୍ଡା ବୋଝେଇ ଟ୍ରକରୁ ୫ କୁଇଣ୍ଟାଲ ଓଜନର ଶତାଧିକ ପ୍ୟାକେଟ୍ ଗଞ୍ଜେଇ ଧରାପଡ଼ିଥିଲା। ଏଥିରେ ୫ ଜଣଙ୍କୁ ଗିରଫ କରିଥିଲା ମୁନିଗୁଡ଼ା ପୋଲିସ।

ଅକ୍ଟୋବର ୫ ଅର୍ଥାତ୍ ମାତ୍ର ୪ ଦିନ ତଳେ, ଆମ୍ବୁଲାନ୍ସ ଭିତରେ ପିପିଇ କିଟ୍ ଘୋଡ଼ାଇ ଚାଲଣ ହେଉଥିବା ଗଞ୍ଜେଇ ଜବତ ହୋଇଥିଲା। କରୋନା ମହାମାରୀର ଫାଇଦା ଉଠାଇ ଗଞ୍ଜେଇ ଚୋରା ଚାଲାଣ ବେଳେ, ଏହାକୁ ଗଞ୍ଜାମ କବିସୂର୍ଯ୍ୟନଗର ଥାନା ପୋଲିସ୍‌ ବୁଡ଼ାମ୍ବରୁ ଧରିଥିଲା।

ଆହୁରି ପଢ଼ନ୍ତୁ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

You might also like