ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ: ବ୍ଲାକମେଲ୍‌ କରି ଟଙ୍କା ଆଦାୟ ଥିଲା ଉଦ୍ଦେଶ୍ୟ !

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ପଛର ସତ କ’ଣ ? କ’ଣ ପାଇଁ ନିଜ ନାବାଳିକା ଝିଅକୁ ନେଇ ଏଭଳି ଅଭିଯୋଗ ଆଣିଲେ ଜନୈକ ମହିଳା ? ଓଟିଭି କର୍ତ୍ତୃପକ୍ଷଙ୍କୁ ବ୍ଲାକମେଲ୍‌ କରି ଟଙ୍କା ଆଦାୟ ମହିଳାଙ୍କର ଉଦ୍ଦେଶ୍ଯ ଥିଲା ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଓଟିଭିର ଆଭ୍ଯନ୍ତରୀଣ କମିଟି ପକ୍ଷରୁ କରାଯାଇଥିବା ପ୍ରାଥମିକ ତଦନ୍ତ ସଂପର୍କିତ ସମସ୍ତ ତଥ୍ଯ ମଧ୍ୟ ପୋଲିସକୁ ଦିଆଯାଇଛି।

ସୂଚନା ଅନୁଯାୟୀ, ଅଭିଯୋଗ ଆଣିଥିବା ନାବାଳିକାଙ୍କ ମା ପୂର୍ବରୁ ଓଟିଭିରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ହେଲେ ୬ ମାସିଆ ଠିକା ଅବଧି ପୂରିବାକୁ ଆଉ ୨ ମାସ ବାକି ଥିବା ବେଳେ ସେ ଏଭଳି ଅଭିଯୋଗ ଆଣିଥିଲେ। ଏହାପରେ ଓଟିଭି ପକ୍ଷରୁ ଅଭିଯୋଗକୁ ଅତି ଗମ୍ଭୀରତାର ସହ ନିଆଯାଇ ସୁପ୍ରିମକୋର୍ଟଙ୍କ ଜଜ୍‌ମେଣ୍ଟ ଅନୁଯାୟୀ ଗଠିତ ଆଭ୍ୟନ୍ତରୀଣ ‘ବିଶାଖା କମିଟି’ ଦ୍ୱାରା ତଦନ୍ତ କରାଯାଇଥିଲା। କିନ୍ତୁ ତଦନ୍ତ ସମୟରେ ସମ୍ପୃକ୍ତ ମହିଳା ଆଦୌ ସହଯୋଗ କରିନଥିଲେ। ଏପରିକି ତଦନ୍ତରେ ସହଯୋଗ ପାଇଁ ତାଙ୍କୁ ଅନୁରୋଧ କରି ଚିଠି ଦିଆଯିବା ଭଳି ବାରମ୍ବାର ଉଦ୍ୟମ ସତ୍ତ୍ୱେ ସେ କମିଟି ଆଗରେ ହାଜର ହୋଇ ନ ଥିଲେ। ଏହାପରେ ଆଭ୍ୟନ୍ତରୀଣ କମିଟିର ମୁଖ୍ୟ ଥିବା ବରିଷ୍ଠ ମହିଳା ଅଧିକାରୀ ଉକ୍ତ ମହିଳାଙ୍କୁ ପୁଲିସରେ ଏ ସଂପର୍କରେ ଅଭିଯୋଗ କରିବାକୁ ବି ପରାମର୍ଶ ଦେଇଥିଲେ। ତେବେ ସେତେବେଳେ ମହିଳା ଜଣକ କିନ୍ତୁ ଅଭିଯୋଗ କରି ନ ଥିଲେ। କମିଟିର ଅନୁସନ୍ଧାନରୁ ମହିଳା ଜଣକ ଆଣିଥିବା ଅଭିଯୋଗର କୌଣସି ଆଧାର ନଥିବା ଜଣାପଡ଼ିଥିଲା। ଓଲଟା ସଂପୃକ୍ତ ମହିଳା ଜଣଙ୍କ ମିଥ୍ଯା ମାମଲାର ଧମକ ଦେଇ ବ୍ଲାକମେଲ୍‌ କରିବା ଓ ଓଟିଭି କର୍ତ୍ତୃପକ୍ଷଙ୍କଠାରୁ ଟଙ୍କା ଆଦାୟ ପାଇଁ ଅପଚେଷ୍ଟା କରୁଥିବାର ଆଭିମୁଖ୍ଯ ପଦାକୁ ଆସିଥିଲା।

ଆଭ୍ଯନ୍ତରୀଣ କମିଟି ପ୍ରାଥମିକ ତଦନ୍ତ ବେଳେ ପାଇଥିବା ସମସ୍ତ ତଥ୍ଯ ଓ ପ୍ରମାଣକୁ ଓଟିଭି ପକ୍ଷରୁ ପୋଲିସକୁ ହସ୍ତାନ୍ତର କରାଯାଇଛି। ଏଥିସହିତ ସଂପୃକ୍ତ ମହିଳାଙ୍କ ବ୍ଲାକମେଲ୍‌ ସଂପର୍କିତ ପ୍ରମାଣ ମଧ୍ୟ ପୋଲିସକୁ ଦିଆଯାଇଥିବା ଜଣାପଡିଛି। ଖାଲି ସେତିକି ନୁହେଁ, ଦୁଇ ମାସ ପୂର୍ବରୁ ଓଟିଭିର ଏଚ୍ଆର୍ ମ୍ଯାନେଜମେଣ୍ଟ ସଂପୃକ୍ତ ମହିଳାଙ୍କ ବ୍ଯବହାରକୁ ନେଇ ସ୍ଥାନୀୟ ପୋଲିସ୍ ଷ୍ଟେସନରେ ଏକ ମାମଲା ବି କରିଥିବା ଜଣାପଡ଼ିଛି।

ଗତ ଅଗଷ୍ଟ ୩୦ ତାରିଖରେ ସଂପୃକ୍ତ ମହିଳା ନିଜ ନାବାଳିକା ଝିଅଙ୍କ ସହ ଭୁବନେଶ୍ୱର ମହିଳା ଥାନାକୁ ଆସି ଏତଲା ଦେଇଥିଲେ। ଯେଉଁଥିରେ ଓଟିଭିର କିଛି କର୍ମଚାରୀଙ୍କ ସମେତ ଜଣେ ପୋଲିସ କର୍ମଚାରୀ ଓ ତାଙ୍କ ଦୁଇ ସହଯୋଗୀଙ୍କ ସଂପୃକ୍ତି ଥିବା ଉଲ୍ଲେଖ କରିଥିଲେ। ତେବେ ଏହି ପୋଲିସ କର୍ମଚାରୀ ଓ ତାଙ୍କ ସହଯୋଗୀମାନେ କିଏ ? ତାହା ଏଯାଏ ପୋଲିସ ସ୍ପଷ୍ଟ କରିନାହିଁ। ସେପଟେ ମାମଲା ସଂପର୍କିତ ଅନେକ ତଥ୍ଯ ପଦାକୁ ଆସିସାରିଥିବା ବେଳେ ପୋଲିସ ଆଗକୁ କ’ଣ  ପଦକ୍ଷେପ ନେବ ଏବେ ତା’ ଉପରେ ନଜର ରହିଛି।

ଆହୁରି ପଢ଼ନ୍ତୁ

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

You might also like