କାଲିଠୁ ବଦଳିବ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ବୁକିଂ, ରେଲ୍‌ୱେ ଟାଇମ୍ ଟେବଲ୍‌

ନୂଆଦିଲ୍ଲୀ: ଆସନ୍ତାକାଲି ଏଲ୍‌ପିଜି ସିଲିଣ୍ଡର ବୁକିଂଠୁ ଆରମ୍ଭ କରି ରେଲ୍‌ୱେ ଟାଇମ୍ ଟେବଲ୍‌ ପର୍ଯ୍ୟନ୍ତ‌ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି।

କାଲିଠୁ ଏହିସବୁ ନିୟମ ବଦଳିବ….

ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ବୁକିଂ

ଯଦି ଆପଣ Indane ଗ୍ୟାସ୍‌ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତା’ହେଲେ ଏଣିକି ବୁକିଂ ପାଇଁ ଆପଣଙ୍କୁ ନୂଆ ନମ୍ବର ବ୍ୟବହାର କରିବାକୁ ପଡ଼ିବ। ଇଣ୍ଡିଆନ୍‌ ଅଏଲ୍‌ ଇଣ୍ଡେନ୍‌ ଗ୍ୟାସ୍‌ ବୁକିଂ ନମ୍ବରରେ ପରିବର୍ତ୍ତନ କରିଛି। ଏବେ ଗ୍ରାହକମାନେ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ବୁକିଂ ପାଇଁ 7718955555 ନମ୍ବରରେ ଫୋନ୍‌ କିମ୍ବା ଏସ୍‌ଏମ୍‌ଏସ୍‌ ପଠାଇବେ।

LPG ଗ୍ୟାସ୍‌ ସିଲିଣ୍ଡର ହୋମ୍‌ ଡେଲିଭରି

ନଭେମ୍ବର ୧ରୁ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ହୋମ୍‌ ଡେଲିଭରି ନିୟମରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। କଥା ହେଲା, ଗ୍ୟାସ୍‌ ବୁକିଂ ପରେ ଗ୍ରାହକଙ୍କ ମୋବାଇଲ୍‌ ନମ୍ବରରେ ଏକ OTP ଆସିବ। ଯେତେବେଳେ ଗ୍ୟାସ୍‌ ସିଲିଣ୍ଡର ଆପଣଙ୍କ ଘରେ ପହଞ୍ଚିବ ସେହି ସମୟରେ ଆପଣଙ୍କୁ OTP ନମ୍ବର କହିବାକୁ ପଡ଼ିବ। ଏହାପରେ ହିଁ ସିଲିଣ୍ଡର ଡେଲିଭର ହେବ। 

ଲାଗୁ ହୋଇପାରେ ନୂଆ LPG ଗ୍ୟାସ୍‌ ସିଲିଣ୍ଡର ଦର

କାଲିଠାରୁ ମଧ୍ୟ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରର ନୂଆ ଦର ଲାଗୁ ହୋଇପାରେ। ଅକ୍ଟୋବର ମାସରେ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନଥିଲା। ହେଲେ କମର୍ସିଆଲ୍‌ ଗ୍ୟାସ୍‌ ଦରରେ ବୃଦ୍ଧି ଘଟିଥିଲା। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଦେଶର ସରକାରୀ ତୈଳ କମ୍ପାନୀ ପ୍ରତ୍ୟେକ ମାସ ପହିଲାରେ ଏଲ୍‌ପିଜି ସିଲିଣ୍ଡର ନୂଆ ଦର ସ୍ଥିର କରିଥାନ୍ତି। 

ରେଲ୍‌ୱ ଟାଇମ୍‌ ଟେବଲ୍‌

ସାରା ଦେଶରେ ଭାରତୀୟ ରେଲ୍‌ୱ ଟ୍ରେନ୍‌ର ଟାଇମ୍‌ ଟେବଲ୍‌ରେ ପରିବର୍ତ୍ତନ କରିବାକୁ ଯାଉଛି। ଅକ୍ଟୋବରରେ ଏହି ପରିବର୍ତ୍ତନ ହେବାର ଥିଲା। ହେଲେ କୌଣସି କାରଣ ଯୋଗୁ ଏହା ହୋଇପାରନଥିଲା। ଆସନ୍ତାକାଲି ଅର୍ଥାତ୍‌ ନଭେମ୍ବର ୧ରୁ ତେବେ ଏହି ନୂଆ ଟାଇମ୍‌ ଟେବଲ୍‌ରେ ପରିବର୍ତ୍ତନ ହେବାକୁ ଯାଉଛି।

ବ୍ୟାଙ୍କ୍‌ ଅଫ ବରୋଦା କାଲିଠୁ ଏହାର ଗ୍ରାହକଙ୍କ ପାଇଁ କିଛି ପରିବର୍ତ୍ତନ କରିବାକୁ ଯାଉଛି। ଏହି ପରିବର୍ତ୍ତନ ବ୍ୟାଙ୍କରେ ଥିବା ବର୍ତ୍ତମାନ ଆକାଉଣ୍ଟ, ଓଭରଡ୍ରାଫ୍ଟ ଆକାଉଣ୍ଟ, କ୍ୟାଶ୍‌ କ୍ରେଡିଟ୍‌ ଆକାଉଣ୍ଟ୍‌, ସର୍ଭିସିଂ ଆକାଉଣ୍ଟ ଇତ୍ୟାଦିରେ ଟଙ୍କା ଜମା ଓ ଉଠାଣ ସହ ଜଡ଼ିତ।

You might also like