ଆଶ୍ଚର୍ଯ୍ୟ: ବେଙ୍ଗର ଦାମ୍ ଦେଢ଼ ଲକ୍ଷ

ବିଷାକ୍ତ ବେଙ୍ଗ

ନୂଆଦିଲ୍ଲୀ: ବିଷାକ୍ତ ବେଙ୍ଗ। ଯାହାର ବିଷରେ ଏକା ସାଙ୍ଗରେ ୧୦ ଜଣ ଲୋକଙ୍କ ଜୀବନ ଯାଇପାରେ। ଆଉ ଏହି ବେଙ୍ଗର ଦାମ ଶୁଣିଲେ ଆପଣଙ୍କର ହୋସ ଚାଲିଯିବ।  ଦୁନିଆର ସବୁଠାରୁ ବିଷାକ୍ତ ବେଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରଜାତିର ବେଙ୍ଗ ଅନ୍ତର୍ଜାତୀୟ କଳା ବଜାରରେ ୨୦୦୦ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ଦେଢ଼ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ।

ବିଶ୍ୱାସ ହେଉ ନଥିଲେ ବି ସତ। ତେବେ ଏହି ପ୍ରଜାତିର ବେଙ୍ଗର ନାମ ‘ପଏଜନ ଡାର୍ଟ ଫ୍ରଗ’। ଏହା ଲୁପ୍ତପ୍ରାୟ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଏ ପ୍ରଜାତିର ବେଙ୍ଗ ସାଧାରଣତଃ ଦେଖିବାକୁ ହଳଦିଆ କିମ୍ବା କଳା ରଙ୍ଗର ହୋଇଥାଆନ୍ତି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏହି ବେଙ୍ଗମାନେ ଅନେକ ସମୟରେ ବିଭିନ୍ନ ପ୍ରକାର ରଙ୍ଗ ବଦଳାଇ ଥାଆନ୍ତି।ଏହାର ଲମ୍ବ ୧.୫ ସେଣ୍ଟିମିଟରରୁ ୬ ମିଟର ପର୍ଯ୍ୟନ୍ତ ହୋଇଥାଏ। ସେହିପରି ଓଜନ ୨୮ରୁ ୩୦ ଗ୍ରାମ ମଧ୍ୟରେ ରହିଥାଏ।

ଏହାସହ ଏ ପ୍ରଜାତିର ବେଙ୍ଗମାନେ ନିଜ ଅଣ୍ଡାର ବେଶ ଧ୍ୟାନ ରଖି ଥାଆନ୍ତି। ନିଜ ଅଣ୍ଡାକୁ ଏମାନେ କୌଣସି ଓଦାଳିଆ ସ୍ଥାନ କିମ୍ବା ଶୁଖିଲା ପତ୍ର ଭିତରେ ଅତି ଯତ୍ନ ସହକାରେ ଲୁଚାଇ ରଖନ୍ତି। ‘ପଏଜନ ଡାର୍ଟ ଫ୍ରଗ’ର ବିଷ ସବୁଠାରୁ ମାରାତ୍ମକ। ତେବେ ଏ ପ୍ରଜାତିର ବେଙ୍ଗ ବୋରଲିବିୟା, କୋଷ୍ଟାରିକା, ବ୍ରାଜିଲ, କଲମ୍ବିଆ, ଭେନଜୁଏଲା, ପେରୁ, ଗୁଆନା, ପାନାମା ଆଦି ଦେଶର ଜଙ୍ଗଲରେ ଦେଖିବାକୁ ମିଳିଥାଏ।

ତେବେ ଅନେକ ସମୟରେ ଆମେ ଅନେକ ଥର ସମ୍ବାଦ ପତ୍ର ହେଉ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମରେ ହେଉ ବିଭିନ୍ନ ଜୀବ ଓ ସେମାନଙ୍କ ବିଷ ସମ୍ପର୍କରେ ଖବର ପଢ଼ିଥାଆନ୍ତି ବା ଦେଖନ୍ତି। କିନ୍ତୁ ଏମିତି ଏକ ବେଙ୍ଗ ସମ୍ପର୍କରେ ହୁଏତ କେହି କେବେ ଜାଣିନଥିବେ। ଆଉ ଖବର ଜାଣିବା ପରେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉଥିବେ କି ବେଙ୍ଗ ଗୋଟିଏ ଯିବ ଯେ, ତାହାର ବିଷରେ ଏକା ଥରକେ ୧୦ ଜଣଙ୍କ ଜୀବନ ଯାଇପାରେ। ଆଜ୍ଞା ହଁ, ଇଏ ଏମିତି ପ୍ରଜାତିର ବେଙ୍ଗ ଯାହାର କାମୁଡ଼ିବା ମାତ୍ରେ ମଣିଷର ମୃତ୍ୟୁ ହୋଇଥାଏ।

ତେବେ ପୂର୍ବରୁ ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଚକିତ କଲା ଭଳି ଭିଡିଓ ଦେଖିବାକୁ ମିଳିଥିଲା। ଏମ୍‌ପିର ନରସିଂହପୁର ଜିଲ୍ଲାର ଏକ ପୋଖରୀରୁ ବିରଳ ପ୍ରଜାତିର ଶହ ଶହ ବେଙ୍ଗ ବାହାରିଥିଲେ। ବେଙ୍ଗଗୁଡ଼ିକ ଦେଖିବାକୁ ହଳଦିଆ ରଙ୍ଗର। ଏଭଳି ବେଙ୍ଗକୁ ସମସ୍ତେ ଦେଖି ଅବାକ୍‌ ମଧ୍ୟ ହୋଇଥିଲେ। ଆଉ ତାହାକୁ ନେଇ ଗଣମାଧ୍ୟମରେ ମଧ୍ୟ ବେଶ୍ ଚର୍ଚ୍ଚା ଧରିଥିଲା।

You might also like