୫ ଲକ୍ଷ ଟଙ୍କା ଦେଇ ମଗାଇଲେ ବିଲେଇ, ହେଲେ ଆସିଲା ବାଘ ଛୁଆ

ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀ ଭାରି ବିରାଡି ପ୍ରିୟ। ଦୁହେଁ ନିଷ୍ପତ୍ତି ନେଲେ ଅନ୍‌ଲାଇନ୍‌ରେ ଏକ ବିଲେଇ ମଗାଇବେ।  ୫ ହଜାର ୟୁରୋ ଅର୍ଥାତ୍‌ ୫ ଲକ୍ଷ ଟଙ୍କା ଦେଇ ଏକ ବିଲେଇ (Savannah Cat) ଅନ୍‌ଲାଇନ୍‌ରେ ମଗାଇଥିଲେ। ଅର୍ଡର ଘରେ ପହଞ୍ଚିଲା। ଖୁସି ହୋଇ ସ୍ୱାମୀ ସ୍ତ୍ରୀ ଡେଲିଭରି ବକ୍ସ ଖୋଲି ଦେଲେ। ହେଲେ ପ୍ୟାକେଟରେ ଥିବା ବିଲେଇକୁ ଦେଇ ଉଭୟଙ୍କର ହୋସ ଉଡିଗଲା। ପ୍ରକୃତରେ ଏହି ଭିତରେ ବିଲେଇ ନ ଥିଲା। ଏମିତି ଘଟଣା ଘଟିଛି ଫ୍ରାନ୍ସର Normandy ଇଲାକାରେ।

ଏହି ଦମ୍ପତି ବିଲେଇ ପାଇଁ ଏକ ଅନ୍‌ଲାଇନ ବିଜ୍ଞାପନରେ ଦେଖିଲେ। ତେଣୁ ସେମାନେ ବିଲେଇଟିଏ ମଗାଇ ଘରେ ପାଳିବେ ବୋଲି ନିଷ୍ପତ୍ତି ନେଇଥିଲେ। ହେଲେ ଘରେ ଏହି ପ୍ୟାକଟ ଖୋଲି ଯେତେବେଳେ ଦେଖିଲେ, ସେଥିରେ ବିରାଡ଼ି ବଦଳରେ ଥିଲା ଏକ ତିନି ମାସର ବାଘ ଛୁଆ।

ଅବଶ୍ୟ ଏହା ୨୦୧୮ ମସିହାର ଘଟଣା। ହେଲେ ଏବେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି। Normandy  ହେବର ଦମ୍ପତି ୨୦୧୮ରେ ଅନଲାଇନ୍‌ରେ ବିଲେଇ ମଗାଇଥିଲେ। ଏକ ସପ୍ତାହ ପରେ ସେମାନେ ଜାଣି ପାରିଲେ ଯେ ଏହା ବିଲେଇ ନୁହେଁ ଏକ ବାଘ ଛୁଆ। ତୁରନ୍ତ ସେମାନେ ପୋଲିସକୁ ଖବର ଦେଇଥିଲେ। ଏ ନେଇ ପୋଲିସ ତଦନ୍ତ କରିଥିଲା। ଦୁଇବର୍ଷ ପରେ ଏହି ରହସ୍ୟର ଉନ୍ମୋଚନ ହୋଇଛି।

ଏହି ଦମ୍ପତି କହିଛନ୍ତି, ଏକ ସପ୍ତାହ ଧରି ସେମାନେ ଜାଣିପାରି ନ ଥିଲେ ଯେ ଏହା ଇଣ୍ଡୋନେସିଆର ସୁମାତ୍ରା ଟାଇଗର ବୋଲି। ପୋଲିସକୁ ଖବର ଦେବା ପରେ ଯାଞ୍ଚ ଆରମ୍ଭ ହୋଇଥିଲା। ଏହି ଘଟଣାରେ ବଡ ବିଲେଇ କିଣୁଥିବା ଏକ ଦମ୍ପତିଙ୍କ ସହ ୯ ଜଣ ଗିରଫ ହୋଇଥିଲେ। ଉକ୍ତ ଦମ୍ପତି ବିରୋଧରେ ସଂରକ୍ଷିତ ଜୀବଙ୍କୁ ଚୋରା ଚାଲାଣ କରୁଥିବା ଅଭିଯୋଗ ଆସିଥିଲା। ଅବଶ୍ୟ ପରେ ପୋଲିସ ଏମାନଙ୍କୁ ଛାଡି ଦେଇଥିଲା। ତେବେ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି।

ତେବେ ଫ୍ରାନ୍ସକୁ ଏହି ବାଘଛୁଆ କେମିତି ଆସିଲା  ଏ ପର୍ଯ୍ୟନ୍ତ ସେ ନେଇ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ। ଏହି ବାଘ ଛୁଆଟିକୁ ଫ୍ରାନ୍ସ ଜୈବ ବିବିଧତା ସେଣ୍ଟରରେ ରଖାଯାଇଥିଲା। ପରେ ନୂଆ ଘରକୁ ସ୍ଥାନାନ୍ତର କରାଯାଇଛି। 

ଆହୁରି ପଢ଼ନ୍ତୁ

ନୋବୋଲ୍ ଶାନ୍ତି ପୁରସ୍କାର ସହ ରହିଛି ଓଡ଼ିଶାର ସମ୍ପର୍କ

୯ମାସର ଗର୍ଭବତୀ ୫ମିନିଟ୍‌ରେ ଦୌଡିଲେ ୧.୬କିମି, ଭିଡିଓ ଭାଇରାଲ୍‌

‘ବାପାଙ୍କ ସ୍ୱପ୍ନ ପ୍ରେରଣା ଯୋଗାଇଛି’

କରୋନା ପାଇଁ କ୍ରିକେଟର ସାଜିଲେ କୁଲି

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

You might also like