୨୨ କୋଟି ଟଙ୍କା ହେଲେ ବଞ୍ଚିବ ୪ ମାସର ମାସୁମ୍‌, ହେଲେ କେଉଁଠୁ ଆସିବ ଏତେ ଟଙ୍କା ?

ଲକ୍ଷ୍ନୌ:ନବଜାତ ଶିଶୁକୁ ଦେଖି ବାପା-ମା’ଙ୍କ ଖୁସିରେ ଉଛୁଳି ପଡ଼ିଥିଲେ। ହେଲେ ଏବେ ସେଇ ଶିଶୁର ନୀରିହ ମୁହଁକୁ ଚାହିଁଦେଲେ ତାଙ୍କର ଛାତି ଫାଟି ଯାଉଛି। ନିଜର ପାରିବା ପଣିଆ ପ୍ରତି ଧିକ୍କାର ଆସୁଛି। ଆଖି ଆଗରେ ତାଙ୍କର ସନ୍ତାନ ଯନ୍ତ୍ରଣାରେ ଛଟପଟ ହେଉଛି। ହେଲେ ସେ କିଛି ବି କରି ପାରୁନାହାନ୍ତି। ଏମିତି ଏକ କରୁଣ କାହାଣୀ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଦେବରିଆ ଜିଲ୍ଲାରୁ।  ୪ ମାସର ଏକ ଶିଶୁ ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଛି। ଶିଶୁଟିର ଚିକିତ୍ସା ପାଇଁ ବାପାମା’ ସବୁପ୍ରକାର ଚେଷ୍ଟା କରିବା ପରେ ହତାଶ ହୋଇ ପଡ଼ିଛନ୍ତି। ଚିକିତ୍ସା ପାଇଁ  ୨୨ କୋଟି ଟଙ୍କାର ଆବଶ୍ୟକତା ରହିଛି। ହେଲେ ଏତେ ଟଙ୍କା ଯୋଗାଡ କରିବା ବାପା-ମା’ଙ୍କ ପାଖେ ସମ୍ଭବ ନୁହେଁ। ଶିଶୁର ଚିକିତ୍ସା ପାଇଁ ଏକ ଇଞ୍ଜେକ୍ସନ ଦରକାର ଯାହା ଆମେରିକାରୁ ମଗାଯିବ। ହେଲେ ଏହି ଭାକ୍ସିନ ଏତେ ମହଙ୍ଗା ଯେ ସାଧାରଣ ଲୋକଙ୍କ ପକ୍ଷେ କିଣିବା ସମ୍ଭବ ନୁହେଁ। ଶିଶୁର ଜୀବନ ବଞ୍ଚାଇବା ପାଇଁ ବାପା-ମା’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସହାୟତା ପାଇଁ ଅନୁରୋଧ କରିଛନ୍ତି

ଶିଶୁଟିର ନାଁ ମାସୁମ କବି। ଜନ୍ମ ହେବା ପରେ ଘରେ ଖୁସିର ମାହୋଲ ଖେଳିଯାଇଥିଲା। ହେଲେ କିଏ ଜାଣିଥିଲା ସେ ଏତେ ଭୟଙ୍କର ରୋଗୀ ଶିକାର ହୋଇଛ ବୋଲି ! ମାସୁମ୍‌ ସ୍ପାଇନାଲ ମସ୍କୁଲାର ଏଟ୍ରାପି ରୋଗୀରେ ଆକ୍ରାନ୍ତ ହୋଇଛି। ଏହି ରୋଗର ଚିକିତ୍ସା ଭାରତରେ ହୋଇ ପାରିବ ନା଼ହିଁ। ଏହି ଘାତକ ରୋଗର ଚିକିତ୍ସା ପାଇଁ ଏକ ଇଞ୍ଜେକ୍ସନ ରହିଛି ଯାହା ଆମେରିକାରେ ହିଁ ଉପଲବ୍ଧ ଏବଂ ଏହାର ଦାମ୍‌ ୨୨ କୋଟି ଟଙ୍କା। ଡାକ୍ତରଙ୍କ କହିବା ଅନୁଯାୟୀ, ଯଦି ୨ ବର୍ଷ ଭିତରେ ମାସୁମ୍‌କୁ ଏହି ଔଷଧ ଦିଆ ନ ଯାଏ ତେବେ ମାସୁମ୍‌କୁ ବଞ୍ଚାଇବା ସମ୍ଭବ ହେବନି।

ମାସୁମ୍‌ର ବାପା ମୋହିତ ବିଜୁଳି ବିଭାଗରେ ଜଣେ ସାଧାରଣ କର୍ମଚାରୀ। ଦୁଇବର୍ଷ ତଳେ ତାଙ୍କର ବିବାହ ହୋଇଥିଲା। ବିବାହର ଏକବର୍ଷ ପରେ ମାସୁମ୍‌ ଦୁନିଆକୁ ଆସିଥିଲା। ଜନ୍ମ ପରେ ମାସୁମ୍‌ର ଶରୀର ସ୍ଥିର ରହିଥିଲା। ବଡିର କୌଣସି ମୁଭ୍‌ମେଣ୍ଟ ହେଉ ନ ଥିବା ଦେଖି ମୋହିତ ଦିଲ୍ଲୀର ବଡ ବଡ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଦୀର୍ଘ ସମୟ ଧରି ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଜଣା ପଡ଼ିଥିଲା, ମାସୁମ୍‌ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗର ଏକମାତ୍ର ଚିକିତ୍ସା ପଦ୍ଧତି ହେଉଛି ଇଞ୍ଜେକ୍ସନ ଏବଂ ଏହି ଇଞ୍ଜେକ୍ସନ ଆମେରିକାରେ ହିଁ ଉପଲବ୍ଧ। ଏହାର ଦାମ ପାଖାପଖି ୨୨ କୋଟି ଟଙ୍କା। ବାପା-ମା’ ଦୁହେଁ ସନ୍ତାନର ଜୀବନ ରକ୍ଷା ପାଇଁ ସମସ୍ତଙ୍କ ପାଖରେ ଗୁହାରି କରୁଛନ୍ତି।

ତେବେ ଏତେ ଟଙ୍କାର ବନ୍ଦୋବସ୍ତ କିପରି ହେବ ଏହି ଚିନ୍ତାରେ ବାପା-ମା’ଙ୍କ ଆଖିରୁ ନିଦ ହଜିଯାଇଛି। ସୋସିଆଲ ମିଡିଆରେ ମଧ୍ୟ ସହାୟତା ପାଇଁ ଅନୁରୋଧ କରିଛନ୍ତି। ଏବେ ତାଙ୍କ ଆକାଉଣ୍ଟକୁ ୮ ଲକ୍ଷ ଟଙ୍କା ଆସି ସାରିଛି। .

You might also like