ଦାରିଙ୍ଗବାଡିରେ ‘ହେଇଯାଉ’କାର୍ଯ୍ୟକ୍ରମ

ଏହି ଚା ଖଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା

କନ୍ଧମାଳ: ଦାରିଙ୍ଗବାଡିର ସାନମାହ ଗାଁରେ ଚା’ ଖଟି ‘ହେଇଯାଉ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଚା ଖଟି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ବୈଜୟନ୍ତ ଦାରିଙ୍ଗବାଡିରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।

ଏହାପରେ ତାଙ୍କୁ ଏକ ଶୋଭାଯାତ୍ରାରେ ଚାରିଛକରୁ ବାହାରି ସାନମାହା ଗାଁକୁ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ଯୁବ ସମାଜ ସହ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ। ଏହି ଚା’ ଖଟିରେ ବୈଜୟନ୍ତ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ, ହିନ୍ଦୋଳ ଓ ଦିଲ୍ଲୀ ପରେ ଦାରିଙ୍ଗବାଡିରେ ‘ହେଇଯାଉ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

You might also like