ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀ ଗୁରୁତର

କୋଲକାତା: ପୂର୍ବତନ ଲୋକସଭା ବାଚସ୍ପତି ତଥା ସିପିଏମ୍‌ର ବରିଷ୍ଠ ନେତା ସୋମନାଥ ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। କିଡ୍‌ନୀ ଜନିତ ରୋଗରେ ଆକ୍ରାନ୍ତ ୮୯ ବର୍ଷୀୟ ସୋମନାଥ ଚାଟାର୍ଜୀଙ୍କୁ ଶନିବାର ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି।

କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସାଂସଦ ଭାବେ ୧୦ଥର ଲୋକସଭାକୁ ନିବାର୍ଚିତ ହୋଇଥିବା ସୋମନାଥ ଚାଟାର୍ଜୀ ବର୍ତ୍ତମାନ କୌଣସି ଦଳରେ ନାହାନ୍ତି। ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ସେ ଲୋକସଭାର ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୬୮ ମସିହାରେ ସେ ସିପିଏମ୍‌ରେ ଯୋଗ ଦେଲେ। ୨୦୦୮ ପର୍ଯ୍ୟନ୍ତ ଦଳର ନେତା ଥିଲେ।

ଭାରତ-ଆମେରିକା ପରମାଣୁ ଚୁକ୍ତି ନେଇ ସଂସଦରେ ୟୁପିଏ ସରକାରଙ୍କୁ କମ୍ୟୁନିଷ୍ଟ ପାର୍ଟି ସମର୍ଥନ କରିବାକୁ ମନା କରି ଦେବା ପରେ ତାଙ୍କୁ ତାଙ୍କ ପଦରୁ ଓହରି ଯିବାପାଇଁ କୁହାଯାଇଥିଲା। ମାତ୍ର ସେ ଏହାକୁ ମନା କରିବାରୁ ଦଳରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା।

 

You might also like