ଅକ୍ଟୋବର ୨ରୁ ଲାଗୁ ହେବ ଖାଦ୍ୟ ସୁରକ୍ଷା ସ୍କିମ୍‌

ଭୁବନେଶ୍ୱର: ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ସ୍କିମ୍ ଲାଗୁ ପାଇଁ ତତ୍ପରତା ଦେଖାଇଛନ୍ତି। ଅକ୍ଟୋବର ୨ତାରିଖରୁ ଏହି ଯୋଜନା ଲାଗୁ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କୁ ଚିହ୍ନଟ ଚାଲିଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀ ଚିହ୍ନଟ ପାଇଁ ଆସନ୍ତା ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆବେଦନପତ୍ର ଗ୍ରହଣ କରାଯିବ।

ଅକ୍ଟୋବର୨ ତାରିଖ ସୁଦ୍ଧା ଏହି ସ୍କିମ୍‌ରେ ୨୫ ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଯଦି ୨୫ ଲକ୍ଷରୁ ଅଧିକ ଆବେଦନ ପତ୍ର ଆସେ, ତେବେ ଅବଶିଷ୍ଟ ହିତାଧିକାରୀଙ୍କ ପାଇଁ ପରେ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ପଞ୍ଚାୟତ, ମ୍ୟୁନିସିପାଲିଟି, ବ୍ଲକ୍‌, ଏନ୍‌ଏସି ଅଫିସରେ ଆବେଦନ କରିହେବ। ଶ୍ରମିକ, ଦିନ ମଜୁରିଆ, ଦିବ୍ୟାଙ୍ଗ, ରୋଗୀ, ଅସହାୟ ବୃଦ୍ଧବୃଦ୍ଧାମାନେ ଏହି ଆବେଦନ କରିପାରିବେ।

You might also like