କାର ଭିତରେ ଲୁଚିଥିଲା ୧୦ ଫୁଟର ଅଜଗର, ହାତ ବାଜିବା କ୍ଷଣି…

ଫ୍ଲୋରିଡା:ଏକ କାର  ହୁଡ୍‌ ଭିତରେ ଲୁଚି ରହିଛି ବିରାଟ ଅଜଗର । ଶୁଣିଲେ କଥାଟା ଆଶ୍ଚର୍ଯ୍ୟ ଲାଗୁଛି ନା ? ହେଲେ ସତ। କାର ମାଲିକ ଯେତେବେଳେ ହୁଡ୍‌ ଖୋଲି ବିରାଟ ସାପକୁ ଦେଖିଲେ ତାଙ୍କର ତ ହୋସ୍‌ ଉଡ଼ିଗଲା। ତୁରନ୍ତ ବନ୍ୟପ୍ରାଣୀ ଅଧିକାରୀଙ୍କୁ ଡକାଇଥିଲେ। ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଏକ blue mustang କାରର ଇଞ୍ଜିନ୍‌ ଡବା ଭିତରେ ବିରାଟ ଅଜଗର ସାପ ଲୁଚି ରହିଥିଲା। ମେକାନିକ ଯେତେବେଳେ କାରର ଇଞ୍ଜିନ୍‌ ଯାଞ୍ଚ କରିବା ପାଇଁ ଖୋଲିବାବେଳେ ସାପଟିକୁ ଦେଖିଥିଲେ। Maor Blumenfeld ନାମକ ଜଣେ ବ୍ୟକ୍ତି କହିଛନ୍ତି, ଫ୍ଲୋରିଡ଼ାର ମତ୍ସ୍ୟ ଏବଂ ବନ୍ୟଜୀବ ସଂରକ୍ଷଣ ଆୟୋଗର କିଛି ଅଧିକାରୀଙ୍କ ଏକ ଭିଡିଓ ରେକର୍ଡିଂ କରିଥିଲେ। ଏହି ଭିଡିଓରେ ଦେଖିବାକୁ ମିଳିଛି, ବିରାଟ ସାପକୁ କାର ହୁଡ୍‌ ଭିତରୁ ବାହାର କରାଯାଉଛି। ଅଧିକାରୀମାନେ ଏହାକୁ ଉଠାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସାପଟି ବାହାରି ଖସି ପଳାଇବାକୁ ଉଦ୍ୟମ କରୁଛି। ହେଲେ ଦୁଇ ଜଣ ଅଧିକାରୀ ବିରାଟ ଅଜଗରକୁ ମାଡ଼ି ବସି ଏକ ବ୍ୟାଗ ଭିତରେ ଭର୍ତ୍ତି କରୁଛନ୍ତି।

ଏହି ଭୟଙ୍କର ଭିଡିଓଟି ଏଫଡବ୍ଲ୍ୟୁସି ଦ୍ୱାରା ସୋଶାଲ ମିଡିଆରେ ପୋଷ୍ଟ କରାଯାଇଥିଲା। ଏହାର ଫୁଟେଜ ଶେୟାର କରି ଲେଖା ଯାଇଛି, ଆମେ ଏକ blue mustangର ହୁଡ୍‌ ତଳେ ବିରାଟ ଅଜଗର ଥିବା କଲ୍‌ ପାଇଲୁ। ଆମ ଅଧିକାରୀ ସେଠାରେ ପହଞ୍ଚିଥିଲେ ଏବଂ ୧୦ ଫୁଟ ଲମ୍ବାର ଏକ ଅଜଗର ଉଦ୍ଧାର କରିଥିଲେ।

ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି, ‘ ବହୁତ ଭୟଙ୍କର, ଲାଗୁଛି ଏହି ବ୍ୟକ୍ତି ଜଣକ ଆଉ କେବେ ବି ଏହି କାର୍‌ରେ ବସିବେ ନାହିଁ।

ଏଠି କହିରଖିବୁ ଆମେରିକାର ଫ୍ଲୋରିଡାରେ ବର୍ମିଜ ଅଜଗରକୁ ଆକ୍ରମକ ପ୍ରଜାତିର ସାପ ବୋଲି କୁହାଯାଏ। ଏଫଡବ୍ଲୁସି ତାଙ୍କର ଏହି ପୋଷ୍ଟରେ ଉକ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି ଯିଏ ଅଜଗର ବିଷୟରେ ରିପୋର୍ଟ ଦେଇଥିଲେ।

You might also like