ବୈତରଣୀରେ ବନ୍ୟା; ଅନେକ ଅଞ୍ଚଳ ପ୍ରଭାବିତ

ଭୁବନେଶ୍ୱର: ବୈତରଣୀରେ ବନ୍ୟା ପରିସ୍ଥିତି। ଏଥିପାଇଁ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ କେନ୍ଦୁଝର ଜିଲ୍ଲାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି।

ଭଦ୍ରକ ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩ ଥିବା ବେଳେ ୧୮.୪୭ମିଟର ଉପରେ ଜଳ ପ୍ରବାହିତ ହେଉଛି।  ଏଥିଯୋଗୁ ଭଣ୍ଡାରୀ ପୋଖରୀ ବ୍ଲକର ୯ଟି ପଞ୍ଚାୟତ ସହ ଧାମନଗରର ୨୦ରୁ ଅଧିକ ପଞ୍ଚାୟତ ଜଳମଗ୍ନ ହୋଇପଡ଼ିଛି।

ସେହିପରି ଧାମନଗର, ଚାନ୍ଦବାଲି, ତିହିଡି ଓ ଭଦ୍ରକ ବ୍ଲକରେ ମଧ୍ୟ ବନ୍ୟା ସ୍ଥିତି ଦେଖାଦେଇଛି।  ଆରଡି- ଯାଜପୁର ଓ ଆରଡି-ଭଦ୍ରକ ମୁଖ୍ୟରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।

କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ଏହି ୪ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ପରିସ୍ଥିତି ଉପରେ ନଜର ରଖିବା ସହ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହିସବୁ ଜିଲ୍ଲାର ୧୪ଟି ବ୍ଲକ୍‌ର କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯାଇଛି। ଆଜି ଓ କାଲି ପାଇଁ ସବୁ କର୍ମଚାରୀଙ୍କ ଛୁଟି ବାତିଲ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି  କହିଛନ୍ତି। ଏହା ସହିତ ଓଡ୍ରାଫ ଓ ଏନଡିଆର୍‌ଏଫ୍ ଟିମ୍‌କୁ ବନ୍ୟା ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି।

 

You might also like