ଅସ୍ଥାୟୀ ଭାବେ ଡେଲିଭରୀ ସେବା ବନ୍ଦ କଲା Flipkart

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ଗତକାଲି ମଧ୍ୟରାତ୍ରିରୁ ସାରା ଦେଶରେ ଲକ୍‌ଡାଉନ୍ ପାଳନ ହେଉଛି। ୨୧ ଦିନ ପାଇଁ ଏହି ଲକ୍‌ଡାଉନ୍ ଘୋଷଣା ହୋଇଛି।

ଏହାକୁ ଦୃଷ୍ଟିରେ ରଖି ଇ-କମର୍ସ ଶପିଂ ସାଇଟ  ଫ୍ଲିପକାର୍ଟ ଅସ୍ଥାୟୀ ଭାବେ ସେବା ଯୋଗାଇବ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ କରିଛି। ଏବେ ଏହି ସଂସ୍ଥା କେବେ ସେବା ଯୋଗାଇବ ସେନେଇ କୌଣସି ସୂଚନା ଦେଇ ନାହିଁ। ହେଲେ,  ଖୁବଶୀଘ୍ର ସେବା ଯୋଗାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ସେହିପରି ଆମାଜନ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବ ବୋଲି କହିଛି। ହେଲେ, ଅନ୍ୟ ପ୍ରଡ଼କ୍ଟସ ଗୁଡିକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ହେଲେ ସରକାର ଯେଉଁ ଆଡଭାଇଜରି ଜାରି କରିଛନ୍ତି ସେଥିରେ ଗ୍ରୋସରୀ ଷ୍ଟୋର୍ , ବ୍ୟାଙ୍କ ବ୍ୟତୀତ ଖାଦ୍ୟ ଏବଂ ଚିକିତ୍ସା ଉପକରଣ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଇ-କମର୍ସ ଶପିଂ ପ୍ଲାଟଫର୍ମକୁ ଛାଡ଼ କରାଯାଇଛି।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ, ଫ୍ଲିପକାର୍ଟ ଓ ଆମାଜନ ଭଳି ଇ-କମର୍ସ ସାଇଟରେ ଗ୍ରୋସରୀ ଆଇଟମ୍ ସହ ବଜାରରେ ମିଳୁଥିବା ସମସ୍ତ ସାମଗ୍ରୀ ବିକ୍ରି ହୁଏ।

You might also like