ମିଳିଲାନି ଜାଗା, ୟୁପିରୁ ଫେରି ଶ୍ମଶାନରେ ରହିଲେ ୫ ପ୍ରବାସୀ ଓଡ଼ିଆ

ବାଲେଶ୍ୱର: କ୍ୱାରେଣ୍ଟିନ୍‌ ସେଣ୍ଟରରେ ମିଳିଲାନି ଜାଗା, ଶେଷରେ ଉପାୟ ଶୂନ୍ୟ ହୋଇ ପ୍ରବାସୀଙ୍କୁ  ଶ୍ମଶାନରେ ରହିବାକୁ ପଡ଼ିଛି। ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଜୁଣୁଦା ଗାଁରେ।

ସୂଚନା ଅନୁସାରେ, କାମ ପାଇଁ ଉତ୍ତରପ୍ରଦେଶ ଯାଇଥିବା ୫ ଜଣ ଶ୍ରମିକ ଗତକାଲି ଗାଁକୁ  ଫେରିଥିଲେ। ସେଠାରୁ ଫେରିବା ପରେ ଗାଁ ଲୋକେ ସେମାନଙ୍କୁ ଗାଁରେ ପୂରାଇ ଦେଇ ନ ଥିଲେ ଏବଂ ସେମାନଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିବାକୁ ପରାମର୍ଶ ଦେଇଥିଲେ। ଏହାପରେ ସରପଞ୍ଚଙ୍କ ସହ ଯୋଗାଯୋଗ କରାଯାଇଥିଲା। ସରପଞ୍ଚ ନିଜ ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ୍‌ ସେଣ୍ଟରେ ସେମାନଙ୍କୁ ନ ରଖି ଅନ୍ୟ ପଞ୍ଚାୟତରେ ହୋଇଥିବା କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖିବାକୁ ଚେଷ୍ଟା କରିଥିଲେ। ହେଲେ ତାହା ସମ୍ଭବପର ହୋଇପାରି ନ ଥିଲା। ଶେଷରେ ବାଧ୍ୟ ହୋଇ ଏହି ୫ ପ୍ରବାସୀଙ୍କୁ ଶ୍ମଶାନ ଗୃହରେ ରହିବାକୁ ପଡ଼ିଛି।

ଘଟଣାକୁ ନେଇ ସରପଞ୍ଚଙ୍କୁ ପଚାରିବାରୁ ସେ କହିଛନ୍ତିି, ବିଡ଼ିଓ କ୍ୱାରେଣ୍ଟିନ୍‌ ସେଣ୍ଟରକୁ ବନ୍ଦ କରିବାକୁ କହୁଛନ୍ତି, ସେଥିପାଇଁ ସେମାନଙ୍କୁ ରଖାଯାଇ ନାହିଁ। ସେମାନଙ୍କୁ ସ୍ଥାନୀୟ ସେଣ୍ଟରରେ ରଖାଯିବ ନ ହେଲେ ଶେଷରେ ସେହି ପଞ୍ଚାୟତରେ ରଖିବା ପାଇଁ ଯୋଜନା କରୁଛୁ ବୋଲି ସେ କହିଛନ୍ତି।

You might also like