ଜଳିଗଲା ୩୦ ଲକ୍ଷ ଟଙ୍କାର ମୋବାଇଲ୍
ଝାରସୁଗୁଡ଼ା: ଝାରସୁଗୁଡ଼ା ବିଟିଏମ୍ ବକ୍ସି ଛକରେ ଥିବା ଗୋଟିଏ ମୋବାଇଲ୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୩୦ ଲକ୍ଷରୁ ଅଧିକ ଟଙ୍କାର ମୋବାଇଲ୍ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଜଳି ଯାଇଛି। ଗତକାଲି ରାତି ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ମୋବାଇଲ୍ ଦୋକାନରେ ନିଆଁ ଲାଗି ଯାଇଥିଲା।
ସୂଚନା ଅନୁସାରେ, ବିଟିଏମ୍ ବକ୍ସି ଛକ ସ୍ଥିତ ମାର୍କେଟ କମ୍ପ୍ଲେକ୍ସରେ ଥିବା ମହାପାତ୍ର ଏଣ୍ଟରପ୍ରାଇଜେସର ୨ଟି ଦୋକାନରେ ନିଆଁ ଲାଗି ଯାଇଥିଲା। ତେବେ ଅନ୍ୟ ଦୋକାନକୁ ନିଆଁ ବ୍ୟାପିବା ପୂର୍ବରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ସଟ୍ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।