ଶେଲଟର ହୋମରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର କଶ୍ମୀରୀ ଗେଟ ନିକଟରେ ଥିବା ଏକ ଶେଲଟର ହୋମରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି।

ଆଜି ସନ୍ଧ୍ୟା ୬ଟା ସମୟରେ ଶେଲଟର ହୋମରେ ନିଆଁ ଲାଗି ଯାଇଥିଲା।

ଖବର ପାଇ ୫ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସୂଚନା ଅନୁସାରେ, ଏହି ଶେଲଟର ହୋମରେ ପାଖାପାଖି ୨୫୦ଜଣ ଲୋକ ରହୁଥିଲେ। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ତେବେ କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡିନାହିଁ।

You might also like