ପୋଡ଼ିହୋଇ ଗୋଟିଏ ପରିବାରର ୪ ଗୁରୁତର
ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ପୋଡ଼ିହୋଇ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇପଡ଼ିଛନ୍ତି। ଗୁରୁତରଙ୍କ ମଧ୍ୟରେ ମା’, ପୁଅ, ବିବାହିତା ଝିଅ ଓ ନାତୁଣୀ ଅଛନ୍ତି।
ହରିଓମ ବିହାରରେ ଘରେ ଶୋଇଥିବା ବେଳେ ଆଜି ଭୋର ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ପୋଲିସ୍ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଘର ଭିତରୁ ସେମାନଙ୍କୁ ଗୁରୁତର ଭାବରେ ଉଦ୍ଧାର କରାଯାଇ ରାଉରକେଲା IGHରେ ଭର୍ତ୍ତି କରାଯାଇଛି। ଭୋର ୪ଟା ସମୟରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।
ଆହତମାନେ ହେଲେ ବଲଜୀତ କୌର, ମନଜୀତ କୌର, ରାଜେନ୍ଦର ସିଂ ଓ ଇସ୍ମିତ କୌର। ଗତକାଲି ବଲଜୀତଙ୍କ ସ୍ୱାମୀ ଗୁରମିତ ସିଂଙ୍କର ଶ୍ରାଦ୍ଧ ବାର୍ଷିକୀ ଥିଲା। ଏଥିଲାଗି ଗତକାଲି ଘରେ ପୂଜାର୍ଚ୍ଚନା କରାଯାଇଥିଲା। କାମ ସରିବା ପରେ ୪ ଜଣ ଯାକ ଗୋଟିଏ ଘରେ ଶୋଇଥିଲେ। ତେବେ ରାତିରେ କୌଣସି କାରଣରୁ ଘରେ ନିଆଁ ଲାଗି ଯାଇଥିଲା।
ଘର ଭିତରୁ ପଟୁ ଲକ୍ ଥିବାବେଳେ କିପରି ଓ କେଉଁ ପରିସ୍ଥିତିରେ ଏହି ଅଭାବନୀୟ ଘଟଣା ଘଟିଲା ତାହାର କାରଣ ଜଣାପଡ଼ି ନାହିଁ। ପୋଲିସ୍ ଘଟଣାର ତଦନ୍ତ କରୁଛି।