ମହାକାଶରେ ପ୍ରଥମ ଅପରାଧ: ତଦନ୍ତ କଲା ନାସା

ୱାଶିଂଟନ୍‌:ଅପରାଧ ତା’ର କାୟା ବିସ୍ତାର କରି ଚାଲିଛି। ଏହାର ପରିବ୍ୟାପ୍ତି ଏବେ ପୃଥିବୀରୁ ମହାକାଶଯାଏ ବିସ୍ତାରିତ ।  ଏଠାରେ କହିବାର ଅର୍ଥ ମହାକାଶରେ ବି ଘଟୁଛି ଅପରାଧ। ଏମିତି ଅଭିଯୋଗ ପ୍ରଥମ ଥର ପାଇଁ ଆସିଛି ଆମେରିକାରେ। ଆମେରିକାର ମହାକାଶଯାତ୍ରୀ ଏନି ମ୍ୟାକଲେନଙ୍କ ବିରୋଧରେ ଏପରି ଅଭିଯୋଗ ଆସିଛି। ଅନ୍ତରାଷ୍ଟ୍ରିୟ ସ୍ପେଶ ସେଣ୍ଟରରେ ତାଙ୍କର ୬ ମାସିଆ ନିଯୁକ୍ତି ସମୟରେ ସେ କୁଆଡେ ତାଙ୍କର ପୂର୍ବତନ ପତ୍ନୀଙ୍କର ବ୍ୟାଙ୍କ ଖାତାର ଯାଞ୍ଚ କରାଇଥିଲେ। ଏପରି ଅଭିଯୋଗର ତଦନ୍ତ କରାଯାଉଛି ବୋଲି ନାସା ପକ୍ଷରୁ କୁହାଯାଇଛି।

ମହାକାଶଚାରୀ ଏନି ମ୍ୟାକଲେନଙ୍କ ବିରୋଧରେ ଅଭିଯୋଗ ଆସିଛି ଯେ,  ତାଙ୍କର ୬ମାସ ପ୍ରବାସ ସମୟରେ ସେ ତାଙ୍କ ପୂର୍ବତନ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚ କରିଥିଲେ। ଏହି ୬ମାସ ଏନିଙ୍କର ଡିଉଟି ଥିଲା ଆଇଏସ୍‌ଏସ୍‌ ଅର୍ଥାତ୍‌ ଇଣ୍ଟରନାଶନାଲ ସ୍ପେଶ ସେଣ୍ଟରରେ।

ତେବେ ଆନି ଏହାର ଉତ୍ତରରେ କହିଛନ୍ତି ଯେ, ସେ କୌଣସି ଭୁଲ କରି ନାହାନ୍ତି।  ସୂଚନାଥାଉ କି, ଏନି ଏବଂ ତାଙ୍କର ପତ୍ନୀ ସମର ୱାର୍ଡନ ସମଲିଙ୍ଗି ଦମ୍ପତି। ୨୦୧୮ରେ ବିବାହ ବିଚ୍ଛେଦ ପାଇଁ ଉଭୟେ ଆବେଦନ କରିଥିଲେ।

ଏନି କହିଛନ୍ତି ଯେ, ପରିବାରର ଆବଶ୍ୟକତା ପାଇଁ ସେ ଏହା କରିଥିଲେ।  ବିବାହ ବିଚ୍ଛେଦ ଆବେଦନ ପୂର୍ବରୁ ଉଭୟେ ସମରଙ୍କ ପୁଅର ଦେଖାଶୁଣା କରୁଥିଲେ। ଏମିତିକି ସମର ନିଜ ପୁଅର ସ୍କୁଲ ଫିସ୍‌ ଭରିବା ତଥା ଅନ୍ୟାନ୍ୟ ଆର୍ଥିକ ଦିଗ ପ୍ରତି ଆଦୌ ସଚେତନ ନୁହଁନ୍ତି। ଏହି କାରଣରୁ ସେ ଏପରି କରିଥିଲେ ବୋଲି ସଫେଇ ଦେଇଛନ୍ତି। ସେ ଯାହା ବି ହେଉ, ଏନିଙ୍କ ବିରୋଧରେ ଫେଡେରାଲ ଟ୍ରେଡ୍‌ କମିଶନରେ ମାମଲା ରୁଜୁ କରାଯାଇଛି।

ସୂଚନାଥାଉ କି, ଇଣ୍ଟରନାଶନାଲ ସ୍ପେଶ ସେଣ୍ଟର ୫ଟି ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ସ୍ପେଶ୍‌ ଏଜେନ୍ସିକୁ ନେଇ ଗଠିତ। ଏଥରେ ଆମେରିକା, କାନାଡ଼ା, ଜାପାନ, ରୁଷ ସହ ଆଉ କେତେକ ୟୁରୋପିୟ ଦଶ ସାମିଲ ଅଛନ୍ତି। ଆଇଏସଏସ୍‌ରେ ଯଦି କେହି ଅନ୍ତରୀକ୍ଷ ଯାତ୍ରୀ ଅପରାଧ କରନ୍ତି ତେବେ ସେହି ଦେଶର ନିୟମ ଅନୁସାରେ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାବ୍ୟତୀତ ଅନ୍ତରାଷ୍ଟ୍ରୀୟ ସ୍ପେଶ ନିୟମ ମଧ୍ୟ ରହିଛି ଯାହାକୁ ମାନିବାକୁ ସମସ୍ତ ବାଧ୍ୟ।

 

ଆହୁରି ପଢ଼ନ୍ତୁ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

ବୃଦ୍ଧ ଦମ୍ପତିଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ଭିଜିଲାନ୍ସ ସ୍କାନରରେ ଅଧ୍ୟାପକ

Corona Update In Odisha: ଆଜି ୨ ହଜାର ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଗୋଟିଏ ବଳଦ ପାଇଁ ସଡ଼ୁକୁ ପିଟିପିଟି ମାରିଦେଲା ସଡ଼ୁ

ଭାଇ ଓ ଭଉଣୀଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଭାସିଗଲା ଦେଢ କିଲୋ ସୁନା

କରୋନା ସଂକ୍ରମଣ ରୋକିବାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚିନ୍ତାଜନକ ତଥ୍ୟ

ଆସିଗଲା ମେଡ୍‌ ରୋବୋ: ଆଉ ବାରମ୍ବାର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବେନି ଡାକ୍ତର

ଫେରୁଛି ଚେନ୍ନାଇର ଚମକ, ହାଇଦ୍ରାବାଦକୁ ହରାଇ ତୃତୀୟ ଥର ବିଜୟ ହାସଲ କଲା ଧୋନି ବାହିନୀ

You might also like