ଆଜିଠୁ ଫାସଟ୍ୟାଗ : ନ ଥିଲେ ଗଣିବେ ଦୁଇଗୁଣା ଫି

ଭୁବନେଶ୍ୱର: ଓ୍ୱାନ ନ୍ୟାସନ ଓ୍ୱାନ୍ ଫାସଟ୍ୟାଗ। ଆଜି ମଧ୍ୟରାତ୍ରରୁ ସମସ୍ତ ଟୋଲ ଗେଟ୍‌ରେ ଲାଗୁ ହୋଇଛି ଏହି ନୂଆ ବ୍ୟବସ୍ଥା। ନିୟମ ଲାଗୁହେବା ପରେ ପ୍ରଥମରୁ ହିଁ ଅନେକ ସ୍ଥାନରେ ଫାଇନ୍ ଦେଇଛନ୍ତି ଗାଡ଼ି ଚାଳକ। ଫାସଟ୍ୟାଗ ନ ଲଗାଇଥିବାରୁ ଦେଇଛନ୍ତି ଦୁଇଗୁଣା ଟୋଲ୍ ଫି ।

ଉତ୍ତର ପ୍ରଦେଶ ଗୋରଖପୁର ଏବଂ ମଧ୍ୟପ୍ରଦେଶର ଇନ୍ଦୋର ଟୋଲ୍ ପ୍ଲାଜାରେ ଫାସଟ୍ୟାଗ ନ ଲଗାଇଥିବା ଗାଡ଼ି ଚାଳକଙ୍କ ଠାରୁ ଦୁଇଗୁଣା ଟୋଲ୍ ଆଦାୟ କରାଯାଇଛି । ଟୋଲ ଆଦାୟରେ ସ୍ୱଚ୍ଛତା, ଅଯଥା ଟ୍ରାଫିକ୍ ଭିଡ଼ରୁ ମୁକ୍ତି, ଇନ୍ଧନ ନଷ୍ଟକୁ ରୋକିବା ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ ଏହାଦ୍ୱାରା ବଞ୍ଚିବା ନେଇ କେନ୍ଦ୍ର ସରକାର ଏହି ବ୍ୟବସ୍ଥା ଲାଗୁ କରିଛନ୍ତି।

ଓଡ଼ିଶାରେ ମଧ୍ୟ ଟୋଲ୍‌ଗେଟ୍‌ରେ ଫାସ୍‌ ଟ୍ୟାଗ ବ୍ୟବସ୍ଥା ଲାଗୁ କରାଯାଇଛି । ପିପିଲି ଟୋଲ ପ୍ଲାଜାରେ ୮ ଟି ଲାଇନ ନିର୍ମାଣ କରାଯାଇଛି । ୪ଟି ପୁରୀକୁ ପ୍ରବେଶ ପାଇଁ ଅନ୍ୟ ୪ଟି ଫେରୁଥିବା ଚାଳକଙ୍କ ପାଇଁ ହୋଇଛି । ଫାସଟ୍ୟାଗ ନିୟମରେ M ଶେଣ୍ରୀରେ ଯାତ୍ରୀବାହୀ ଗାଡ଼ି ଏବଂ N ଶ୍ରେଣୀରେ ମାଲ ପରିବହନ ଗାଡ଼ିକୁ ବିଭକ୍ତ କରାଯାଇଛି।

ସୂଚନାଥାଉ କି, ୨୦୧୯  ଡିସେମ୍ୱର ୧ରୁ ଦେଶର ସମସ୍ତ ଟୋଲ୍‌ଗେଟ୍‌ରେ ଫାସଟାଗ୍ ବାଧ୍ୟତାମୂଳକ କରାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କର ଘୋଷଣା କରିଥିଲେ। ଏଥିପାଇଁ ଦେଶରେ ୫୩୭ଟି ଟୋଲ୍ ଗେଟରେ ଏହି ଫାସଟାଗ ସେବା ଉପଲବ୍ଧ ହେବ ଏବଂ ଏନ୍‌ଏଚ୍‌ଆଇ ପକ୍ଷରୁ ଏହି ଫାସ୍‌ଟ୍ୟଗ୍‌ ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା।

ପରେ  କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ  ନିଷ୍ପତ୍ତି ନେଇ କହିଥିଲେ, ଜାନୁଆରୀ ପହିଲାରୁ କ୍ୟାସ୍ ପେମେଣ୍ଟରେ ଟୋଲ୍ ପ୍ଲାଜା ଅତିକ୍ରମ କରିବାକୁ ରହିବନି କୌଣସି ବ୍ୟବସ୍ଥା। ଆଉ ସବୁ ଲେନ୍ ହେବ ଫାଷ୍ଟାଗ୍ ଲେନ୍। । ଯଦି ଗାଡ଼ିରେ ଫାଷ୍ଟାଗ୍ ଲାଗି ନ ଥିବ ତା’ହେଲେ ଗାଡ଼ି ଚାଳକଙ୍କୁ ଡବଲ୍ ଦେୟ ଦେବାକୁ ପଡ଼ିପାରେ ବୋଲି କୁହାଯାଇଥିଲା।

ନିଷ୍ପତ୍ତିକୁ ପ୍ରାୟ ଦେଢ଼ମାସ ଗଡ଼ାଇବା ପରେ  ମଧ୍ୟରାତ୍ରିରୁ ଫାସ୍‌ଟ୍ୟାଗ୍ ବାଧ୍ୟତାମୂଳକ ହୋଇଛି। ରାଜ୍ୟର ଟୋଲ୍‌ଗେଟ୍‌ ଗୁଡ଼ିକରେ ମଧ୍ୟରାତ୍ରିରୁ ଏହି ନିୟମକୁ କଡ଼ାକଡ଼ି କରାଯିବ। ଫାସଟ୍ୟାଗ୍ ନଥିଲେ ଗାଡ଼ି ଚାଳକ ପୂର୍ବ ନିଷ୍ପତ୍ତି ମୂତାବକ ଦୁଇ ଗୁଣା ଟୋଲ୍ ଫି ଗଣିବେ। କେନ୍ଦ୍ର ପରିବହନ ମନ୍ତ୍ରାଳୟ ଫକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।

You might also like