ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

କୋଲକାତା: ହୃଦ୍‌ଘାତରେ ପ୍ରତିଷ୍ଠିତ ଫ୍ୟାଶନ୍‌ ଡିଜାଇନର୍‌ ଶ୍ରାବଣୀ ଦତ୍ତଙ୍କ କୋଲକାତା ସ୍ଥିତ ଘରେ ମୃତ୍ୟୁ ଘଟିଛି। ଏ ନେଇ ତାଙ୍କ ପରିବାର ଳୋକ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ଗୁରୁବାର ସକାଳେ ୱାଶ୍‌ରୁମ୍‌ରୁ ତାଙ୍କ ମୃତଦେହ ମିଳିଥିଲା। ସକାଳୁ ତାଙ୍କ ଫୋନ୍‌ ଲାଗୁନଥିଲା ବୋଲି ପରିବାର ଲୋକ କହିଛନ୍ତି।

ସୂଚନା ଅନୁସାରେ, ସେ କୋଲକାତାର Broad Street ଅଞ୍ଚଳରେ ଥିବା ଘରେ ଏକାକୀ ରହୁଥିଲେ।

ହୃଦ୍‌ଘାତ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ଡାକ୍ତମାନେ କହିଥିଲେ ମଧ୍ୟ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। କାରଣ ତାଙ୍କ ମୃତଦେହ ୱାଶ୍‌ରୁମ୍‌ରୁ ମିଳିଥିଲା ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।

ବିଭିନ୍ନ ପ୍ରକାରର ପୋଷାକକୁ ଷ୍ଟାଇଲିଶ୍‌ ଭାବେ ଡିଜାଇନିଂ କରି ବେଶ୍‌ ପପୁଲାର୍‌ ଥିଲେ ଶ୍ରାବଣୀ। କୋଲାକାତାରେ ସେ ଏକ ଶପ୍‌ ଖୋଲିଥିଲେ। କୋଲକାତାରେ ଆୟୋଜିତ ହେଉଥିବା ଫ୍ୟାଶନ ଶୋ’ରେ ସେ ଥିଲେ ଜଣେ ଜଣାଶୁଣା ଚେହେରା।

ଆହୁରି ପଢ଼ନ୍ତୁ

You might also like